Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ନୂଆ ଅପଡେଟ୍‌ ; ଦରମାରେ ହେବ ୪୪% ବୃଦ୍ଧି

ନୂଆଦିଲ୍ଲୀ,୭।୧୨: ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ନୂଆ ଅପଡେଟ୍‌ ।ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ସରକାରଙ୍କ ତରଫରୁ ମିଳିଲା ନୂଆବର୍ଷର ବଡ ଉପହାର। ଗତ ନଭେମ୍ବର ୩ ତାରିଖରେ ଏହି ସୂଚନା ଜାରି କରିଥିଲେ କେନ୍ଦ୍ର ସରକାର | ଏଥିସହିତ ଅଷ୍ଟମ ବେତନ କମିଶନ ଗଠନ କରିବାକୁ ଘୋଷଣା କରିସାରିଛନ୍ତି । ସରକାରୀ ସୂଚନା ଅନୁସାରେ, ଅଷ୍ଟମ ବେତନ ଆୟୋଗର ଅଧ୍ୟକ୍ଷ ଭାବେ ନ୍ୟାୟମୂର୍ତ୍ତି ରଞ୍ଜନା ଦେଶାଇଙ୍କୁ ନିଯୁକ୍ତି କରାଯାଇଛି। ତାଙ୍କ ସହିତ ପ୍ରଫେସର ପୁଲକ ଘୋଷ ସଦସ୍ୟ ଭାବେ ଏବଂ ପଙ୍କଜ ଜୈନଙ୍କୁ ସଦସ୍ୟ ସଚିବ ଭାବେ ନିଯୁକ୍ତି କରାଯାଇଛି । ୧୮ ମାସ ଭିତରେ ସରକାରଙ୍କୁ ଚୂଡାନ୍ତ ରିପୋର୍ଟ ଦେବ ଏହି କମିଟି ।

ଏହି ବେତନ କମିଶନ ଲାଗୁ ହେଲେ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଏହାର ଲାଭ ମିଳିବ । ଯେପରିକି ଉଦ୍ୟୋଗ କ୍ଷେତ୍ରରେ ଥିବା କେନ୍ଦ୍ରୀୟ କର୍ମଚାରୀ, ଭାରତୀୟ ସେନାରେ ଥିବା କର୍ମଚାରୀ, ସଶନ୍ତ୍ର ବଳ, କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ । ଅଷ୍ଟମ ବେତନ କମିଶନ କାର୍ଯ୍ୟ ଆରମ୍ଭ କରିସାରିଥିବା ବେଳେ ମେ ୨୦୨୭ ସୁଦ୍ଧା ରିପୋର୍ଟ ଦାଖଲ କରିବା ନେଇ ସୂଚନା ରହିଛି । ଆଉ ଏହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଏବଂ ପେନସନ୍‌ଭୋଗୀଙ୍କ ଭତ୍ତା ବୃଦ୍ଧି ପାଇବ ।

ଅଷ୍ଟମ ବେତନ କମିଶନ ଲାଗୁ ହେଲେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଦରମା ବଢିବା ସହିତ ପେନସନ୍ ରାଶି ମଧ୍ୟ ବୃଦ୍ଧି ପାଇବ । ଯାହାକୁ କି ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ କର୍ମଚାରୀ । ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬କୁ ବୃଦ୍ଧି ପାଏ ତେବେ ଯାଇ କର୍ମଚାରୀଙ୍କ ଦରମା ଯାହାକି ଅତି କମ୍‌ରେ ୧୮ ହଜାର ଟଙ୍କା ଥିଲା ତାହା ୫୧,୪୮୦ ଟଙ୍କା ହେବ । ସେହିଭଳି ପେନସନ୍ ଟଙ୍କା ଅତି କମ୍ ୯ ହଜାର ଟଙ୍କାରୁ ବଢି ୨୫,୭୪୦ ଟଙ୍କା ହେବ ।

ସେହି ହିସାବରେ ଯଦି ଆମେ ଦେଖିବା ଜଣେ ପିଅନ କିମ୍ବା ଆଟେଣ୍ଡାଣ୍ଟ ପୋଷ୍ଟରେ ଥିବା କର୍ମଚାରୀଙ୍କ ଅତି କମ୍ ଦରମା ୫୧,୪୮୦ ଟଙ୍କା ହେବ । ସେହିଭଳି ଜଣେ ଲୋୟର ଡିଭିଜନ୍ କ୍ଲର୍କଙ୍କ ଦରମା ୧୯,୯୦୦ ଟଙ୍କାରୁ ବଢି ୫୬,୯୧୪ ଟଙ୍କା ହେବ । ସେହିଭଳି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬କୁ ବଢିଲେ ଜଣେ କନଷ୍ଟେବଲଙ୍କ ଦରମା ୨୧,୭୦୦ ଟଙ୍କାରୁ ବୃଦ୍ଧି ପାଇ ୬୨,୦୬୨ ଟଙ୍କା ହୋଇଯିବ । ସେହିଭଳି ଜୁନିୟର କ୍ଲର୍କଙ୍କ ଦରମା ୨୫,୫୦୦ ରୁ ୭୨,୯୩୦ ଟଙ୍କା ହୋଇଯିବ । ଆଉ ଟେକନିକାଲ ଷ୍ଟାଫଙ୍କ ଦରମା ୨୯,୨୦୦ରୁ ୮୩,୫୧୨ ଟଙ୍କା ହୋଇଯିବ । ଏହା ହେଲେ ସରକାରଙ୍କ ମୋଟ ଖର୍ଚ୍ଚ ୯ ଲକ୍ଷ କୋଟି ଟଙ୍କା ପାର୍ କରିପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories