Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ଜିଲ୍ଲା ଲକ୍ଷେଘର ଗଣ୍ଡା ସମାଜର ନୂତନ କର୍ମକର୍ତ୍ତା

ସୋନପୁର ଜିଲ୍ଲା ଲକ୍ଷେଘର ଗଣ୍ଡା ସମାଜର ନୂତନ କର୍ମକର୍ତ୍ତା ମୋନାନୀତ ହୋଇଛନ୍ତି।ରବିବାର ସୋନପୁର ପିଡବ୍ଲୁଡି ବଙ୍ଗଳାରେ ମାଧବ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ୬ଟି ବ୍ଲକରୁ ଆସିଥିବା ସାମଜର ଭାଇ ମାନେ ଯୋଗଦାନ କରିଥିଲେ।ବୈଠକରେ ସମାଜର ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ଛାଡୁଥିବାରୁ ଉଦବେଗ ପ୍ରକାଶ ପାଇଥିଲା।ଏହି ସମସ୍ୟାର ସମାଧାନ ପାଇଁ ଏଭଳି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ସହ ସମାଜର ଉଚ୍ଚଶିକ୍ଷିତ ଯୁବକ ମାନେ ବିଦ୍ୟାଳୟ ଛାଡୁଥିବା ପିଲା ଓ ଅଭିଭାବକଙ୍କୁ ବୁଝାଇବା ସଙ୍ଗେ ମାଗଣାରେ ଟିଉସନ କରିବେ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ଏହା ବ୍ୟତୀତ ସମାଜର ସଂସ୍କାର ସକାଶେ ଅନେକ ଗୁଡିଏ ପ୍ରସ୍ତାବ ଆଗତ ହୋଇଥିଲା।ପ୍ରାରମ୍ଭରେ ସନ୍ଥ କବି ଭୀମ ଭୋଇ ଓ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ପରେ ଜିଲ୍ଲା ଲକ୍ଷେଘର ଗଣ୍ଡା ସମାଜର ନୂତନ କର୍ମକର୍ତ୍ତା ମନୋନୀତ ହୋଇଥିଲେ।ଏଥିରେ ସଭାପତି ଭାବେ ମାଧବ କୁମ୍ଭାର, କାର୍ଯ୍ୟକାରୀ ସଭାପତି ଲଷ୍ମଣ ଭରାସାଗର, ଉପ ସଭାପତି ପ୍ରକାଶ ହରିପାଳ,ସମ୍ପାଦକ ଲଛମନ ସୁନା,ସହ ସମ୍ପାଦକ ନାରାୟଣ ହରିପାଳ,କୋଷାଧ୍ୟକ୍ଷ ଅନାଦି ଜଗଦଲା,ଓ ଗ୍ରନ୍ଥାଗାର ଭାବେ ଦୁର୍ଗାଚରଣ କଲତାଙ୍କୁ ମନୋନୀତ କରାଯାଇଥିଲା।ଉପଦେଷ୍ଟା କମିଟିରେ ପୂର୍ବତନ ସୋନପୁର ବିଧାୟକ ବିନୋଦ ପାତ୍ର, ଅଭିମନ୍ୟୁ କୁଶଳ, ଆନନ୍ଦ ବାରିକ,ମୋହନ ମହାନନ୍ଦ ଓ ସୁବାଷ ସୁନାଙ୍କୁ ରଖାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତମସିଂ ନାଗ, ସୁରେଶ ବାଗ, ଗୌର ଜଗଦଲା, କର୍ମ କଲତା, କୁମରମଣି ବାଦୀ, ରଣଜିତ ଭଞ୍ଜ, ବିରଞ୍ଚି ନାଗ, ଘନଶ୍ୟାମ ଜଗଦଲା, ବେଣୁଧର ବାଗ,ମିଥୁନ ବଗର୍ତ୍ତି, ସହଦେଵ କୁମ୍ଭାର, ଗରିବ ବାଗ,ସୁରଜ କୁଶଳ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଲଛମନ ସୁନା ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ