Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ରଥଯାତ୍ରା ପ୍ରସ୍ତୁତି ବୈଠକ

ତରଭା ବିଜ୍ଞାପିତ ଅଞ୍ଚଳପରିଷଦ ସଭା ଗୃହରେ ଅଧକ୍ଷା ବନ୍ଦିତା ନାଏକଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାକୁ କିଭଳି ସୁରୁଖୁରୁରେ ପାଳନ କରାଯିବ ସେ ବିଷୟରେ ଉପସ୍ଥିତ ଜନସାଧାରଣ ଓ ୱାର୍ଡ ମେମ୍ବର ମାନେ ସୁଚିନ୍ତିତ ପ୍ରସ୍ତାବ ଦେବାକୁ ଭାରପ୍ରାପ୍ତ ବିଡିଓ ତଥା ନିର୍ବାହୀ ଅଧିକାରୀ ନିରଞ୍ଜନ ନାଏକ ଅନୁରୋଧ କରିଥିଲେ।ଏହି ଅବସରରେ ବିଭିନ୍ନ କମିଟି ମାନ ଗଠନ କରଯାଇଥିଲା।ରଥ ପରିଚାଳନା କମିଟିର ସଭାପତି ଭାବେ ରତନ ଲାଲ ଅଗ୍ରୱାଲଙ୍କୁ ପୁଣିଥରେ ଦାୟିତ୍ୱ ଦିଆ ଯାଇଥିବା ବେଳେ, ଉପ ସଭାପତି ଭାବେ ଆକବର ଅଲ୍ଲୀ, ମଧୁ ସୂଦନ ପାଣ୍ଡେଙ୍କୁ ମନୋନୀତ କରାଯାଇଥିଲା। ଏହା ବ୍ୟତୀତ ରଥ ପରିଚାଳନା କମିଟି , ପୂଜା କମିଟି ,ସାଂସ୍କୃତିକ କମିଟି, ଅର୍ଥ କମିଟି ମାନ ଗଠନ କରାଯାଇଥିଲା।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତରଭାର ସମସ୍ତ କ୍ଲବ, ମହେଶ୍ୱରୀ ସଂଗଠନ ଓ ତରଭା ଥାନା ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଥିଲା,।ସନ୍ଧ୍ୟା ୫ଘଟିକାରେ ରଥ ଟଣା ଆରମ୍ଭ କରିବାକୁ ଅନୁରୋଧ କରାଯିବା ସହ ତାର ପୂର୍ବରୁ ଉପନ ଭୋଗ ପ୍ରଦାନ କରିବାକୁ ସମସ୍ତ ସ୍ୱୀକୃତି ପ୍ରାପ୍ତ ପଡା ବାସିନ୍ଦାଙ୍କୁ ଅନୁରୋଧ କରାଯାଇଥିଲା। ରଥର ମରାମତି ସକାଶେ ଆବଶ୍ୟକ କାଠ ଶିଘ୍ର ଆଣି ରଥ ପ୍ରସ୍ତୁତ କରିବା, ଦେବୋତ୍ତର ବିଭାଗରୁ ଯେପରି ଅନୁଦାନ ଆସିବ ସେ ବିଷୟରେ ଚିଠି କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ରାତ୍ର ୧୦ଟା ସୁଦ୍ଧା ମିନା ବଜାରକୁ ବନ୍ଦ କରିବାକୁ ମତ ପ୍ରକାଶ ପାଇଥିଲା। ଯାତ୍ରା ସମୟରେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।, ବୈଠକରେ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ , ଉପ ନଗରପାଳ ଗଗନ ଅଗ୍ରୱାଲ, ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ୱାର୍ଡ ମେମ୍ବର ସୁଜାତ ରଥ,ନମିତା ମହାନ୍ତି, ଜୟନ୍ତୀ ମେହେର, ଅଞ୍ଜନା ସାହୁ,ବଲ୍ଳଭି କୁଆଁର, ଯମୁନା ସେଠ,,ସନ୍ତୋଷ ମେହେର, ବିଦ୍ୟାଧର ଦେହେରି, ଆକବର ଅଲ୍ଲୀ ଙ୍କ ସହ ସତ୍ୟ ନାରାୟଣ ପୂଜାରୀ, ହରିବନ୍ଧୁ ପାଣିଗ୍ରାହୀ, କିରଣ ନାଏକ,ସୁରେନ୍ଦ୍ର ଦଳ ବେହେରା,ସନ୍ତୋଷ ସାହୁ,,ଜନାର୍ଦ୍ଦନ ଥାନାପତି,ରାଧେଶ୍ୟାମ ମେହେର, ପ୍ରଦୀପ ମହାଣା, ଅଶୋକ ସାହୁ, ପ୍ରଦୀପ ପାଣିଗ୍ରାହୀ, ସୁଧୀର ପୂଜାରୀ, ସଞ୍ଜୟ ମିଶ୍ର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ବରିଷ୍ଟ କିରାଣୀ ନାରାୟଣ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀନାଏକ ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ