Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଚ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ଓଡ଼ିଶା,୯|୧୨: ଆଜି ବାରବାଟୀରେ କ୍ରିକେଟ ‘ଟି୨୦’ ମ୍ୟାଚ | ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ର ପ୍ରଥମ ମ୍ୟାଚ ଖେଳାଯିବ | ମ୍ୟାଚ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭାରତୀୟ ଦଳର ୪ ଖେଳାଳି । ଦଳର କୋଚ୍‌ ଗୌତମ ଗମ୍ଭୀରଙ୍କ ସହିତ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ୱାଶିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ବିସିସିଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଦୀପଦାନ କରାଯାଇ ଆଜିର ମ୍ୟାଚରେ ଭାରତୀୟ ଦଳର ବିଜୟ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି। ଆଜି ବାରବାଟୀରେ ସନ୍ଧ୍ୟା ୭ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ର ପ୍ରଥମ ମ୍ୟାଚ ଖେଳାଯିବ। ଆଜିର ମ୍ୟାଚ ଭାରତ ନିଶ୍ଚୟ ବିଜୟ ହେବ ବୋଲି ସମସ୍ତେ ଆଶା ରଖିବା ସହ ଶ୍ରୀଜିଉଙ୍କ ନିକଟରେ ଆଶିଷ ପ୍ରାର୍ଥନା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ