Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Politics: ୨୦୨୯ ବିଧାନସଭା ନିର୍ବାଚନ ଲଢ଼ିବେନି ରାଉରକେଲା ବିଧାୟକ ସାରଦା ନାୟକ! ବୟସ ଅସୁସ୍ଥତାକୁ ଦୃଷ୍ଟିରେ ରଖି ନେଲେ ନିଷ୍ପତ୍ତି

ଭୁବନେଶ୍ୱର: ୨୦୨୯ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଆଉ ବିଧାୟକ ପ୍ରାର୍ଥୀ ହେବେ ନାହିଁ ରାଉରକେଲା ବିଧାୟକ ସାରଦା ନାୟକ। ବୟସ ଓ ଶାରୀରିକ ଅସୁସ୍ଥତା କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି। ତେବେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଉନାହାନ୍ତି ବୋଲି ମଧ୍ୟ କହିଛନ୍ତି।

ସାରଦା ନାୟକ କହିଛନ୍ତି ଯେ, ରାଉରକେଲାବାସୀ ତାଙ୍କୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ କରିଛନ୍ତି। ଏଥିପାଇଁ ସେ ସହରବାସୀଙ୍କ ନିକଟରେ ସବୁବେଳେ କୃତଜ୍ଞ ରହିବେ। ସେମାନଙ୍କ ଭଲପାଇବା ଓ ସମର୍ଥନକୁ କେବେ ଭୁଲିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ଆଗାମୀ ଦିନରେ ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ) ଓ ମହିଳା ସଂରକ୍ଷଣ ଯୋଗୁଁ ଅନେକ ନୂଆ ଓ ଯୋଗ୍ୟ ଚେହେରା ରାଜନୀତିକୁ ଆସିବେ ବୋଲି ସେ ମତ ଦେଇଛନ୍ତି। ଏଥିସହ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଆସନରେ ବିଜେଡିର ବିଜୟ ପାଇଁ ସଂଗଠନକୁ ମଜବୁତ କରିବା ଏବଂ ନୂଆ ନେତୃତ୍ୱ ତିଆରି କରିବା ଦିଗରେ କାମ କରିବେ ବୋଲି ସାରଦା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories