ଥରିଉଠିଲା ଜାପାନ; ଭୂମିକମ୍ପକୁ ନେଇ ସୁନାମୀ ସତର୍କତା ସୂଚନା ଜାରି, ୩ ମିଟର ଉଚ୍ଚର ଉଠିବ ଜୁଆର
ଟୋକିଓ ;୯|୧୨: ଭୂମିକମ୍ପର କେନ୍ଦ୍ର ବିନ୍ଦୁ ଜାପାନକୁ କୁହାଯାଏ | ସେଠାରେ ବଡ଼ ଭୂମିକମ୍ପ ହୋଇଛି। ଭୂମିକମ୍ପରେ ଥରିଉଠିଛି ଜାପାନ। ୭.୬ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି। ଏହାପରେ ଜାରି ହୋଇଛି ସୁନାମୀ ଆଲର୍ଟ। ମିସୱାର ପୂର୍ବ-ଉତ୍ତରପୂର୍ବ ୭୩ କିମି ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ। ଆମୋରି ଓ ହୋକାଇଦୋକୁ ସୁନାମୀ ସତର୍କତା ସୂଚନା ଜାରି କରାଯାଇଛି। ସୁନାମୀରେ ୩ ମିଟର ଉଚ୍ଚର ଜୁଆର ଉଠିବ। ଜାପାନର ପାଣିପାଗ ସୂଚନା ଅନୁଯାଇ , ଏହା ଉତ୍ତରପୂର୍ବ ଉପକୂଳକୁ ମାଡ଼ କରିବ ବୋଲି ସତର୍କ କରାଯାଇଛି। ଉତ୍ତର ଜାପାନର ମିସାୱାରୁ ୭୩ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଏହାର କେନ୍ଦ୍ରସ୍ଥଳ ଥିଲା। ଏହା ଆମୋରି ଏବଂ ହୋକାଇଦୋ ଉପକୂଳରେ ମାଡ଼ ହୋଇଥିବାରୁ ଏହି ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି।
ସୂଚନା ଅନୁଯାଇ ଏହି ଭୂମିକମ୍ପରେ ଅତି କମରେ ୨୩ ଜଣ ଆହତ ହୋଇଛନ୍ତି । ପ୍ରାୟ ୮୦୦ ଘରକୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଅନେକ ଟ୍ରେନ୍ କ୍ୟାନ୍ସଲ ହୋଇ ଯାଇଥିଲା। ଏହି ଭୂମିକମ୍ପ ସମୟରେ ଘରର ଆସବାବପତ୍ର ସମେତ ଅନ୍ୟାନ୍ୟ ଜିନିଷ ଦୋହଲୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି | ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ରର ସୂଚନା ଅନୁସାରେ ଜାପାନରେ ହୋଇଥିବା ଭୂମିକମ୍ପରୁ ସୁନାମି ଲହରୀ ଏହାର କେନ୍ଦ୍ରସ୍ଥଳରୁ ୧୦୦୦ କିମି ଦୂର ପର୍ଯ୍ୟନ୍ତ ଜାପାନ ଏବଂ ରୁଷ ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି। ଗତ ଜୁଲାଇରେ ବି ଏଭଳି ଭୂମିକମ୍ପ ହୋଇଥିଲା | କିନ୍ତୁ ବର୍ତ୍ତମାନର ଭୂମିକମ୍ପ ତୁଳନାରେ ଏହାର ତୀବ୍ରତା ଅଧିକ ରହିଛି। ସେଥିପାଇଁ ପୂର୍ବ ଭୂମିକମ୍ପରେ ସୁନାମୀ ସତର୍କତା ଜାରି ହୋଇନଥିଲା।

