Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଆ ପରେ ପୁଣେରେ ଲାଗିଲା ନିଆଁ; ସଦାଶିବ ପେଠ ଅଞ୍ଚଳରେ ରାମେଶ୍ ଡାଏଇଙ୍ଗ୍ ଭବନର ଛାତ ଉପରେ ଭୟାନକ ଅଗ୍ନିକାଣ୍ଡ

ପୁଣେ;୯|୧୨: ଗୋଆ ପରେ ଏବେ ହୁ ହୁ ହୋଇ ଜଳୁଛି ପୁଣେ । ପୁଣେରେ ହୋଇଛି ଭୟାନକ ଅଗ୍ନିକାଣ୍ଡ | ପୁଣେରେ ଥିବା ସଦାଶିବ ପେଠ ଅଞ୍ଚଳରେ ରାମେଶ୍ ଡାଏଇଙ୍ଗ୍ ଭବନର ଛାତ ଉପରେ ଆଜି ବଡ଼଼ ଧରଣର ଅଗ୍ନିକାଣ୍ଡ ଘଟିଛି । ପୁଣେ ମ୍ୟୁନିସିପାଲ୍ କର୍ପୋରେସନ୍ ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ନିଆଁ ଲାଗିବା ମାତ୍ରେ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ୫ଟି ଗାଡ଼ି ସହ ଆସି ପଂହଁଚିଥିଲା | ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

ସୂଚନା ଅନୁଯାଇ , କିଛି ଦିନ ତଳେ ଗୋଆରେ ଏକ ଲୋକପ୍ରିୟ ନାଇଟ୍ କ୍ଲବ ରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି। ଗ୍ୟାସ୍ ସିଲିଣ୍ତର ଫାଟିଯିବାରୁ ୨୩ ଜଣ ଜିଅନ୍ତା ଜଳିଯାଇଥିଲେ , ଏକାଧିକ ଆହତ ହୋଇଥିଲେ । ଗୋଆର ରାଜଧାନୀ ପଣଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଥିଲା । ତେବେ ଆହତକଙ୍କ ମଧ୍ୟରେ ତିନି ମହିଳା ରୋଷେୟା, ୪ ପର୍ଯ୍ୟଟକ ଥିବା ନେଇ ଗୋଆ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଜାଣିରଖିବା ଉଚିତ୍ ଯେ ଉତ୍ତର ଗୋଆର ଅରପୋରା ଗାଁରେ ଥିବା ଏକ ଜନପ୍ରିୟ ନାଇଟ୍‌ କ୍ଲବ୍‌ରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଭୟଙ୍କର ନିଆଁ ଲାଗିଯାଇଥିଲା । ଯାହା ଫଳରେ ଅତି କମ୍‌ରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ କହିଥିଲେ ।

ଏହି ଦୁଃଖଦ ଘଟଣାଟି ଶନିବାର ମଧ୍ୟରାତ୍ରିରେ ଘଟିଥିଲା । ନାଇଟ୍‌ କ୍ଲବ୍‌ଟିର ନାମ ହେଉଛି “ବର୍ଚ୍‌ ବାଇ ରୋମିଓ ଲେନ୍‌” । ଏହି ନାଇଟ୍ କ୍ଲବ ଗତ ବର୍ଷ ଖୋଲା ଯାଇଥିଲା । ଅଧିକାରୀମାନଙ୍କ ମୁତାବକ, ମୃତକ ମାନଙ୍କ ମଧ୍ୟରୁ ଅଧିକାଂଶ ରୋଷେଇ ଷ୍ଟାଫ୍ ଥିଲେ ଏବଂ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି । ସେପଟେ ଆହତ ମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ