Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣି ଟାଙ୍କି ପରିସରରେ ନାବାଳିକାର ମୃତ ଦେହ; ହତ୍ୟା ସନ୍ଧେହ

ଜମନକିରା : ଜମନକିରା ବ୍ଲକ ଗୁଣ୍ଡରୁଚୁଆଁ ପଞ୍ଚାୟତ ଓଭର ହେଡ ପାଣି ଟାଂକି ପରିସରରେ ଆଜି ଏକ ନାବାଳିକା ଅମ୍ରିତା ସିଂ (୧୭) ର ମୃତ ଦେହ ପଡ଼ିଥିବା ବେଳେ ଏହା ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ କୁଚିଣ୍ଡା ପୋଲିସ ସନ୍ଧେହ କରୁଛି। ତେବେ କିଏ କାହିଁକି ହତ୍ୟା କରିଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ଜଣା ପଡ଼ିବ ବୋଲି ପୋଲିସ କହିଛି।
ପୋଲିସର ସୂଚନା ଅନୁଯାୟୀ, ଗତକାଲି ଅମ୍ରିତା ଘରୁ କୌଣସି କାମ ପାଇଁ ଘରୁ ଯାଇଥିଲା। ତେବେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲା।ପରିବାର ଲୋକେ ଖୋଜାଖୋଜି କରିଥିଲେ।ତେବେ ପାଇ ନଥିଲେ। ଆଜି ଭୋର ସମୟରେ କେହି ପାଣି ଟାଙ୍କି ପରିସରରେ ଏକ ପଥର ଗଦା ଭିତରେ ପଡ଼ିଥିବା ଦେଖିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପରିବାର ଲୋକେ ଝିଅ ଅମ୍ରିତା ର ବୋଲି ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସାଇଣ୍ଟିଫିକ ଦଳଙ୍କ ଅପେକ୍ଷା କରିଥିବା ଜଣାଯାଇଛି। ଏନେଇ ଅମ୍ରିତା ର ବାପା ଇତାକର ସିଂ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କ୍ରମେ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଇତାର ସିଂ ୧୫ ବର୍ଷ ହେବ ବିହାର ରାଜ୍ୟରୁ ଆସି ଏଠାରେ ପରିବାର ସହ ରହି ଆସୁଥିଲା। ପରିବାର ର ସମସ୍ତେ ପ୍ରାୟ ଦିନ ମଜୁରିଆ ଭାବେ କାମ କରି ରହି ଆସୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ