ଇଣ୍ଡିଗୋକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି ; ୫% ବିମାନ ଉଡ଼ାଣରେ ଲାଗିଲା ରୋକ
ନୂଆଦିଲ୍ଲୀ ;୧୦|୧୨: ବିଗତ କିଛି ଦିନ ହେବ ବିମାନ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଇଣ୍ଡିଗୋ ବିମାନ ଦ୍ୱାରା ବହୁ ହଇରାଣ ହଉଛନ୍ତି | ଏହାକୁ ସରକାର ଇଣ୍ଡିଗୋ ବିମାନକୁ ନେଇ ଏକ ବଡ ନିଷ୍ପତି ନେଇଛନ୍ତି | ସରକାର ନିଷ୍ପତି ନେଇଛନ୍ତି ଯେ ଇଣ୍ଡିଗୋର ୫% ବିମାନ ଆଉ ବିମାନ ଯାତ୍ରା କରି ପାରିବ ନାହିଁ । ଦିନକୁ ୧୧୫ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଛି DGCA । ଶୀତ ଋତୁରେ ଇଣ୍ଡିଗୋର ବିମାନ ଉଡ଼ାଣ ୫ ପ୍ରତିଶତ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏହି ଉଡ଼ାଣ ସ୍ଲଟଗୁଡିକୁ ଅନ୍ୟ ବିମାନ କଂପାନିମାନଙ୍କୁ ଦିଆଯାଇଛି । ଏନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ |
ବର୍ତ୍ତମାନ ସମୟରେ ଇଣ୍ଡିଗୋର ୨ ହଜାର ୨ ଶହ ବିମାନ ଉଡ଼ାଣ ଭରୁଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଏହାକୁ କମାଇ ଦିଆଯିବ । ବେସାମାରିକ ବିମାନ ଚଳାଚଳର ସୁରକ୍ଷା ସହ କେବେହେଲେ ବୁଝାମଣା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।
ସାରା ଦେଶର ଏୟାରପୋର୍ଟରେ ଚାଲିଛି ଗଣ୍ଡଗୋଳ | କିଏ ନିଜ ଘରକୁ ଯିବା ପାଇଁ ବ୍ୟସ୍ତ ହେଉଛି ତ ଆଉ କିଏ ବିଦେଶ ଯିବା ପାଇଁ । ୮ ଦିନ ବିତିଲାଣି, କିନ୍ତୁ ଦୂର ହୋଇପାରନି ଇଣ୍ଡିଗୋ ଅଚଳାବସ୍ଥା । ଆଜି ବି କ୍ୟାନ୍ସଲ ହୋଇଛି ୫୦୦ ବିମାନ । ସପ୍ତାହ ଭିତରେ ଏହି ସଂଖ୍ୟା ୪୫୦୦ରୁ ଅଧିକ ହେବ । ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି ଦେଶର ହଜାର ହଜାର ବିମାନ ଯାତ୍ରୀ। ଘଣ୍ଟା ଘଣ୍ଟା କାଳ ବିମାନ ବନ୍ଦରରେ ଅପେକ୍ଷା ପରେ ବି ବିମାନ ରିସିଡ୍ୟୁଲ ନହେଲେ କ୍ୟାନ୍ସଲ । କୋଉଠି ୫ ଦିନ ହେଲାଣି ଯାତ୍ରୀ ପହଞ୍ଚିଲେଣି, ହେଲେ ଏ ଯାଏ ପହଞ୍ଚିପାରିନି ତାଙ୍କର ଲଗେଜ୍ । ଅସହାୟ ହୋଇ ଏୟାରପୋର୍ଟରେ ଚିଲ୍ଲାଉଛନ୍ତି, କାନ୍ଦୁଛନ୍ତି ଯାତ୍ରୀ ।
ଇଣ୍ଡିଗୋ କମ୍ପାନୀ ଏ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୮୬ ହଜାର ୭୦୫ ପିଏନ୍ଆର ବାତିଲ କରିଥିବା ବେଳେ ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା ରିଫଣ୍ଡ କରିସାରିଲାଣି । ହେଲେ ଏବେ ବି ସେଇ ପ୍ରଶ୍ନ, କେବେ ତୁଟିବ ଇଣ୍ଡିଗୋ ସଂକଟ ? କେବେ ସ୍ବାଭାବିକ ହେବ ବିମାନ ଚଳାଚଳ ?

