ଲକ୍ଷ୍ମୀପୁର ରେ ଅଷ୍ଟଶମ୍ଭୁ ଅପେରା ରେ ତୁମୁଳ କାଣ୍ଡ..ନିଶା ମହାରଣା କୁ ଷ୍ଟେଜ କୁ ଅନୁମତି ଦେଲାନି ପୋଲିସ…ଭଙ୍ଗା ରୁଜା,ମାର ପିଟ, ନାଟକ ଆରମ୍ଭ ହେବା ମାତ୍ରେ ମହାଭାରତ
ଲକ୍ଷ୍ମୀପୁର ୧୦/୧୨ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ର ବୁର୍ଜା ନିକଟସ୍ଥ ପଡିଆ ରେ ଗତ ୪ ତାରିଖ ଗୁରୁବାର ଦିନ ରାତ୍ର ଠାରୁ ଚାଲିଥଲା ଅପେରା ଅଷ୍ଟଶମ୍ଭୁ। ଅପେରା ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ୯ ତାରିଖ ପର୍ଯ୍ୟନ୍ତ ଅନୁମତି ମଧ୍ୟ ଦିଆଯାଇଥିଲା।ମଙ୍ଗଳବାର ରାତ୍ର ଥିଲା ଏହି ଅପେରା ର ଶେଷ ରାତ୍ର, କମିଟି ତରଫରୁ ଶେଷ ରାତ୍ର ରେ ଆଇଟମ ଗାର୍ଲ ନିଶା ମହାରଣା ଥିଲେ ମୁଖ୍ୟ ଆକର୍ଷଣ, ଏଥି ସକାଶେ କମିଟି ୮ ତାରିଖ ରାତି ଯାତ୍ରା ପେଣ୍ଡାଲ ରେ ନିଶା ମହାରଣା ମୁଖ୍ୟ ଆକର୍ଷଣ ବୋଲି ଘୋଷଣା କରି ସାରିଥିଲା, ଘୋଷଣା ଅନୁଯାୟୀ ନିଶା ମହାରଣା କୁ ଲକ୍ଷ୍ମୀପୁର ଅଣାଯାଇଥିଲା, ହେଲେ ଅନୁମତି ସମୟ ସୀମା ସମାପ୍ତ ହୋଇଯାଇଥିବା କହି ଲକ୍ଷ୍ମୀପୁର ପୋଲିସ ଅନୁମତି ନଦେବାରୁ ରାତି ଦୁଇଟାରେ ଅପେରା ପେଣ୍ଡାଲ ରେ ହୋଇଥିଲା ତୁମୁଳ କାଣ୍ଡ…..
ଆଇଟମ ଗାର୍ଲ ନିଶା ମହାରଣା ର ଡେନ୍ସ ଦେଖିବା ଦର୍ଶକ ପୁରା ନିଶା ହୋଇଯାଇଥିଲେ, ଟିକେଟ ଦର ଯେତିକି ଥିଲା ତାଠାରୁ ଅଧିକ ଦର ରେ ଟିକେଟ ବିକ୍ରୟ କରା ଯାଇଥିଲା, ପ୍ରତ୍ୟକ ଦିନ ଅପେରା ପେଣ୍ଡାଲ ପ୍ରାୟ ଖାଲି ପଡୁଥିବା ବେଳେ ମଙ୍ଗଳବାର ଶେଷ ଦିନ ଓ ମୁଖ୍ୟ ଆକର୍ଷଣ ନିଶା ମହାରଣା ଆସୁଥିବା ପ୍ରଚାର ହୋଇଥିବା କାରଣରୁ ଅପେରା ପେଣ୍ଡାଲ ରେ ଦର୍ଶକ ଭରପୁର ହୋଈ ରହିଥିଲେ। ଶୀତୁଆ କାକର ରେ ନିଶା ମହାରଣା କୁ ଦେଖିବା ସହ ତାଙ୍କ ଡେନ୍ସ ଦେଖିବା ସକାଶେ ଶତାଧିକ ଲୋକେ ଅପେରା ପେଣ୍ଡାଲ ଭିତରେ ରହିଥିଲେ, ରାତି ପ୍ରାୟ ୧୨ ଟା ରେ ଅପେରା ର ରେକର୍ଡ ଡେନ୍ସ ଆରମ୍ଭ ହୋଇଥିଲା, ଦେଢ଼ ଘଣ୍ଟା ରେକର୍ଡ ଡେନ୍ସ ହେଲା କିନ୍ତୁ ଦର୍ଶକ ଚାହିଁ ରହିଥିଲେ ନିଶା ମହାରଣା କେତେବେଳେ ଷ୍ଟେଜ ଉପରକୁ ଆସିବ, ହେଲେ ପୋଲିସ ପ୍ରଶାସନ ଅନୁମତି ନାହିଁ କହି ପେଣ୍ଡାଲ କୁ ଆସିବାକୁ ନିଶା ମହାରଣା କୁ ମନା କରିଦେଇଥିଲା, ରେକର୍ଡ ଡେନ୍ସ ପରେ ଯେତେବେଳେ ନାଟକ ଆରମ୍ଭ ହେବାକୁ ଯାଇଥିଲା ଦର୍ଶକ ମାନେ ଉତେଜିତ ହୋଈ ପେଣ୍ଡାଲ ଉପରେ ଚେୟାର ଫୋଫାଡି ନିଜର ଅସନ୍ତୋଷ ଜାହିର କରିଥିଲେ, କିଛି ଦର୍ଶକ ଅପେରା ପେଣ୍ଡାଲ ର ଚେୟାର ସମେତ ଅନେକ କିଛି ଭାଙ୍ଗି ଦେଇଥିଲେ, ଅପେରା ର କିଛି ଲାଇଟ ସାମଗ୍ରୀ ମଧ୍ୟ ନଷ୍ଟ କରିବା ସହ କଡ଼ ଲେସ ମାଇକ ଚୋରୀ କରି ନେଇଯାଇଥିଲେ।
ନିଶା ମହାରଣା ଆସିଛି ବୋଲି ଘୋଷଣା ହେବାରୁ ଟିକେଟ ଦାମ ଅଧିକ ଦେଇ ଖରିଦ କଲୁ, ହେଲେ କାହିଁକି ନିଶା ମହାରଣା ପେଣ୍ଡାଲ କୁ ଆସିବ ନାହିଁ କହି ଦର୍ଶକ ଭଙ୍ଗା ରୁଜା କରିଥିଲେ..
ପୋଲିସ ର ଉପସ୍ଥିତି ରେ ହେଲା ଏତେ ବଡ଼ କାଣ୍ଡ, ପୋଲିସ ଯେତେ ବୁଝା ସୁଝା କଲେ ମଧ୍ୟ ଦର୍ଶକ ବୁଝିବାକୁ ନାରାଜ, ସେପଟେ କମିଟି ତରଫରୁ ୨୪ ଘଣ୍ଟା ପୂର୍ବରୁ ହିଁ ନିଶା ମହାରଣା ମୁଖ୍ୟ ଆକର୍ଷଣ ବୋଲି ଘୋଷଣା କରି ସାରିଥିଲା,କମିଟି ଦାବୀ କରିଛି କି ୯ ତାରିଖ ରାତ୍ର ୮ ଟାରୁ ପାହାନ୍ତିଆ ଚାରିଟା ପର୍ଯ୍ୟନ୍ତ ସେମାନଙ୍କ ର ଅନୁମତି ରହିଛି, ଆଇଟମ ଗାର୍ଲ ନୃତ୍ୟ କରିବା ସକାଶେ ସେମିତି ସ୍ୱତନ୍ତ୍ର ଅନୁମତି ର ଆବଶ୍ୟକ ନାହିଁ,ହେଲେ କୋରାପୁଟ ରେ ନିଶା ମହାରଣା କୁ ବାରଣ କି ବୋଲି ଅନେକ କମିଟି ଯୁକ୍ତି ବାଢିଥିବା ସ୍ଥାନୀୟ ପୋଲିସ କିନ୍ତୁ ଅନୁମତି ନାହିଁ ବୋଲି ହିଁ ଜିଦ ରେ ଅଟଳ ରହିଥିଲା, ଏପରିକି କୋରାପୁଟ ଏସଡ଼ି ପିଓ ସଞ୍ଜୟ କୁମାର ମଣ୍ଡଳ ମଧ୍ୟ ସନ୍ଧ୍ୟା ରେ ଆସି କମିଟି ସଦସ୍ୟ ସହ ଆଲୋଚନା କରିଥିଲେ, ହେଲେ ସେ ମଧ୍ୟ ଏସପି ଙ୍କ ନିର୍ଦେଶ ରହିଥିବା ପ୍ରକାଶ କରିଥିଲେ, କୋରାପୁଟ ସାଂସଦ ଙ୍କ ସମେତ, ଲକ୍ଷ୍ମୀପୁର ବିଧାୟକ ମଧ୍ୟ ଏଥିରେ ଫୋନ ଯୋଗେ ହସ୍ତକ୍ଷେପ କରିଥିଲେ, କିନ୍ତୁ ପୋଲିସ ଜିଦ ରେ ଅଟଳ ଥିଲା,ଅପେରା ସକାଶେ ଅନୁମତି ଅଛି କହି କମିଟି ତରଫରୁ ରାତି ୧୧ ଟାରେ ଆରମ୍ଭ ହୋଇଥିଲା ଅପେରା…ଯେହେତୁ ଟିକଟ ବିକ୍ରୟ ସରିଛି ତେଣୁ ଅପେରା ଆରମ୍ଭ ହେବା ସକାଶେ ପୋଲିସ ସେମିତି କିଛି ବାରଣ କରି ନଥିବା ବେଳେ ନିଶା ମହାରଣା କୁ ବାରଣ କରିବା ପାଇଁ ପୋଲିସ ଫୋର୍ସ ସହ ପେଣ୍ଡାଲ ଭିତରେ ମୃତୟନ ହୋଈ ରହିଥିଲା।ରେକର୍ଡ ଡେନ୍ସ ସରିବା ପରେ ନାଟକ ଆରମ୍ଭ ହେବା ମାତ୍ରେ ପ୍ରାୟ ଦୁଇ ଘଣ୍ଟା ଧରି ତୁମୁଳ କାଣ୍ଡ ହୋଇଥିଲା, ଅପେରା ପରିଚାଳକ, କମିଟି ଓ ପ୍ରଶାସନ ସବୁ ଜାଣିଥିଲେ, କିନ୍ତୁ କାହିଁକି ଏଭଳି ଘଟଣା ଘଟିଲା ତାହା ସମସ୍ତଙ୍କୁ ଚକିତ କରିଥିବା ବେଳେ ସମସ୍ତେ ସବୁ ଜାଣି ନଜାଣିବା ଭଳି ଅଭିନୟ କରିବା ପଡିଥିଲା ମହଙ୍ଗା…
ପୋଲିସ ଯାତ୍ରା ପେଣ୍ଡାଲ କୁ ନିଶା ମହାରଣା କୁ ଛାଡି ନଥିଲା…
ରାତି ଦୁଇ ଟା ରେ ନାଟକ ଆରମ୍ଭ ହେବା ମାତ୍ରେ ଦର୍ଶକ ହେଲେ ଉତେଜିତ…କଣ ନିଶା ମହାରଣା ସକାଶେ ସ୍ୱତନ୍ତ୍ର ଅନୁମତି ର ଆବଶ୍ୟକ ରହିଛିକି, ଏହାକୁ ନେଇଁ ଉଠିଛି ଅନେକ ପ୍ରଶ୍ନ… ଅନ୍ୟ ପକ୍ଷ ରେ କମିଟି କହିଛି ନିଶା ମହାରଣା କୁ ଅବିଭକ୍ତ କୋରାପୁଟ ଜିଲ୍ଲା ର ବିଭିନ୍ନ ଅପେରା ପେଣ୍ଡାଲ ରେ ନୃତ୍ୟ ସକାଶେ ସୁଯୋଗ ମିଳୁଛି, କିନ୍ତୁ ଲକ୍ଷ୍ମୀପୁର ରେ ଅନୁମତି ନଦେବା କିଛି ରୋଚକ ଘଟଣା ରହିଛି ବୋଲି କୁହାଯାଇଥିବା ବେଳେ ଆଇଆଇସି ସୁଜ୍ଞାନୀ ସାହୁ କହିଛନ୍ତି ନିଶା ମହାରଣା ନୃତ୍ୟ ନକରି ଏତେ ମହାଭାରତ ସୃଷ୍ଟି ହେଲା, ସେ ନୃତ୍ୟ କରିଥିଲେ ଆଉ କଣ ହୋଇଥାନ୍ତା ତାହା ଅନୁମାନ ଯୋଗ୍ୟ ବୋଲି କହିଛନ୍ତି।ଆସନ୍ତା ଦିନରେ ନାରାୟଣପାଟଣା ରେ ଅପେରା ହେବାକୁ ଯାଉଛି, ଯଦି ସେଠାରେ ଆଇଟମ ଗାର୍ଲ ନୃତ୍ୟ କରିବାକୁ ଯଦି ସୁଯୋଗ ଦିଆଯାଏ, କିମ୍ବା ଜିଲ୍ଲା ର ଅନ୍ୟ କୌଣସି ସ୍ଥାନରେ ସୁଯୋଗ ଦିଆଯାଏ ତାହେଲେ ବଂଜାରାଣୀ ଅପେରା କମିଟି ଆଇନ ର ଆଶ୍ରୟ ନେବେ ବୋଲି ସୂଚାଇ ଛନ୍ତି….

