ରେଳ ରହଣି ପାଇଁ କାକିରିଗୁମା ରେ ବିକ୍ଷୋଭ….ଷ୍ଟେସନ ରେ ପହଂଚି ରେଳରୋକ କରିବା ସକାଶେ ଅଡ଼ି ବସିଥିଲେ ଗ୍ରାମବାସୀ, ପୋଲିସ ଦେଲାନି ଅନୁମତି…
ଲକ୍ଷ୍ମୀପୁର /କାକିରିଗୁମା ୧୦/୧୨ ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ରେଳ ଷ୍ଟେସନ ରେ ଦ୍ରୁତଗାମୀ ଟ୍ରେନ ଗୁଡିକ ନରହିବା ପ୍ରତିବାଦ ରେ ଆଜି ଶତାଧିକ ପୁରୁଷ ଓ ମହିଳା ରେଳ ରୋକ ଆନ୍ଦୋଳନ କରିବା ସକାଶେ ସଜବାଜ ହୋଈ କାକିରିଗୁମା ରେଳ ଷ୍ଟେସନ ସମ୍ମୁଖରେ ଏକତ୍ରିତ ହୋଇଥିଲେ। କୋଭିଡ ପୂର୍ବରୁ ଏହି ଷ୍ଟେସନ ରେ ସମସ୍ତ ଯାତ୍ରୀ ବାହି ଟ୍ରେନ ଗୁଡିକ ରହୁଥିଲା, କିନ୍ତୁ କୋଭିଡ ପରେ କାକିରିଗୁମା ଷ୍ଟେସନ ରେ ଦ୍ରୁତଗାମୀ ଟ୍ରେନ ଗୁଡିକ ଆଉ ରହୁ ନଥିବା କାରଣରୁ ଆଜି ଷ୍ଟେସନ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା.. ଏନେଇଁ ଆଗରୁ ଏକ ପ୍ରତିନିଧି ଦଳ ଡିଆର ଏମ ଙ୍କୁ ସାକ୍ଷାତ କରି ଅବଗତ କରାଇ ଥିଲେ, କିନ୍ତୁ କୌଣସି ନିଷ୍କର୍ଷ ବାହାରି ନଥିଲା…
ଶେଷ ରେ ବାଧ୍ୟ ହୋଈ ଆଜି ଆନ୍ଦୋଳନ କୁ ଓଲ୍ଲାଇଥିଲେ…
କୋରାପୁଟ ଓ ରାୟଗଡା କୁ ସଂଯୋଗ କରୁଥିବା କେଆର ଲାଇନ ର କାକିରିଗୁମା ରେଳ ଷ୍ଟେସନ ଏକ ଗୁରୁତ୍ୱ ପୁର୍ଣ ଷ୍ଟେସନ…. ଏହି ଷ୍ଟେସନ ରୁ ବକ୍ସାଇଟ ପରିବହନ ହଉଥିବା ବେଳେ ଗତ କିଛିମାସ ହେଲା ମରାମତି କାରଣରୁ ବନ୍ଦ ରହିଛି,ଏହି ଷ୍ଟେସନ ଜରିଆରେ ରେଳ ବିଭାଗ କୋଟି କୋଟି ଟଙ୍କା ରାଜସ୍ବ ମଧ୍ୟ ପାଉଛି, ତଥାପି ଅଞ୍ଚଳ ଲୋକଙ୍କ ମୌଳିକ ସୁବିଧା ପ୍ରତି ଗୁରୁତ୍ୱ ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି…
କେଆର ଲାଇନ ଦେଇ ଯାଉଥିବା ଦ୍ରୁତଗାମୀ ପାସେଞ୍ଜେର ଟ୍ରେନ ଗୁଡିକ କୋଭିଡ ପରଠାରୁ ରହଣି ବ୍ୟବସ୍ତା କୁ କାଟି ଦିଆଯାଇଛି। ଏହି ଷ୍ଟେସନ ଉପରେ ୭ ଟି ଗ୍ରାମ ପଞ୍ଚାୟତ ର ୩୦ ରୁ ଉର୍ଧ୍ଵ ଗ୍ରାମ ବାସୀ ନିର୍ଭର କରିଥାନ୍ତି, ବିଶେଷ କରି ଅନେକ ଲୋକେ କୋରାପୁଟ, ଭୁବନେଶ୍ୱର,ରାୟଗଡା ଓ ଟିକିରି ଭଳି ଅଞ୍ଚଳ କୁ ଦୈନନ୍ଦିନ ଯିବା ଆସିବା କରୁଥିବା ବେଳେ ଟ୍ରେନ ରହଣି ବ୍ୟବସ୍ଥା ବନ୍ଦ କରାଯାଇଥିବା କାରଣରୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହଉଛନ୍ତି… ଏମାନେ ଲକ୍ଷ୍ମୀପୁର ଆସି ଟ୍ରେନ ରେ ଚଢୁଛନ୍ତି, ଗାଁ ରେ ଷ୍ଟେସନ ଥାଇ କାହିଁକି ନିକଟତମ ଗାଁ କୁ ଯାଇ ଟ୍ରେନ ଚଢ଼ିବୁ ବୋଲି ମହିଳା ମାନେ ଯୁକ୍ତି ବଢ଼ି ଛନ୍ତି…ବାରମ୍ବାର ପ୍ରଶାସନ ଓ ରେଳ ବିଭାଗ କୁ ଜଣାଇବା ସତ୍ୱେ ରେଳ ରହଣି ର ବ୍ୟବସ୍ଥା କରାଯାଉ ନଥିବା କାରଣରୁ ଆଜି ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଈ ରେଳ ରୋକ ଆନ୍ଦୋଳନ କରିବାକୁ ଆସିଥିଲେ। ପୋଲିସ ଓ ପ୍ରଶାସନ ରେଳ ଧାରଣା ସମୁଖ କୁ ଯିବାକୁ ଅନୁମତି ଦେଇ ନଥିବା ବେଳେ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା…
ଆସନ୍ତା ଜାନୁଆରୀ ମାସରେ ରେଳ ବିଭାଗ ବୋର୍ଡ ର ଏକ ବୈଠକ ଅନୁଷ୍ଠିତ ହେବାର ଅଛି, ଉକ୍ତ ବୈଠକ ରେ ବିଭିନ୍ନ ଷ୍ଟେସନ ର ରେଳ ରହଣି ବିଷୟରେ ଆଲୋଚନା ପରିସର ଭୁକ୍ତ ହେବ, ମାର୍ଚ୍ଚ ମାସ ସୁଧା ରେଳ ରହଣି ର ବ୍ୟବସ୍ଥା ପାଇଁ ବର୍ତ୍ତମାନ ସାମୁହିକ ପ୍ରତିଶ୍ରୁତି ଦିଆଯାଇଛି,ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିବା ବେଳେ ଏହି ଦାବୀ ନ୍ୟାୟିକ ଦାବୀ ବୋଲି ପ୍ରଶାସନ ତରଫରୁ ମଧ୍ୟ କୁହାଯାଇଛି…ବୁଧବାର ଆନ୍ଦୋଳନ କାରି ମାନେ ଏକ ଦାବୀ ପତ୍ର ଯେଭି କିରୋ, ଅତିରିକ୍ତ ଏସିଏମ ଏମ ରେଳବିଭାଗ କୁ ପ୍ରଦାନ କରିଛନ୍ତି, ଦାବୀ ପତ୍ର କୁ ଉପରକ୍ତ ଅଧିକାରୀ ଙ୍କୁ ସେ ପ୍ରେରଣ କରି ତ୍ୱରିତ ପଦକ୍ଷେପ ସକାଶେ କୁହାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
ଆଇନ ଶୃଙ୍ଖଳା କୁ ଦୃଷ୍ଠି ରେ ରଖି ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଅତିରିକ୍ତ ତହସିଲଦାର ମାଧବ ଭତ୍ରା, କୋରାପୁଟ ଏସଡ଼ି ପିଓ ସଞ୍ଜୟ କୁମାର ମଣ୍ଡଳ, ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ, ବନ୍ଧୁଗାଁ ଆଇଆଇସି ପ୍ରସନ କୁମାର ମିଶ୍ର ଙ୍କ ସହ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ।
ସମସ୍ତ ସୁବିଧା ଥିବା ସତ୍ୱେ କାକିରିଗୁମା ଷ୍ଟେସନ ରେ ରେଳ ରହଣି ର ବ୍ୟବସ୍ଥା ହୋଇପାରୁନାହିଁ, କୋଭିଡ ପୂର୍ବରୁ ସମସ୍ତ ଟ୍ରେନ ର ରହଣି ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ କାହିଁକି ଅପସାରିତ କରାଯାଇଛି ତାହାକୁ ନେଇଁ ଉଠିଛି ଅନେକ ପ୍ରଶ୍ନ, ଅନ୍ୟ ପଟେ ଏହାକୁ ସାଧାରଣ ଲୋକଙ୍କ ନ୍ୟାୟିକ ଦାବୀ ବୋଲି ପ୍ରଶାସନ ତରଫରୁ ମଧ୍ୟ କୁହାଯାଇଛି, ହେଲେ ରେଳ ବିଭାଗ ଏହାକୁ କେବେ ଗୁରୁତ୍ୱ ପ୍ରଦାନ କରୁଛି ତାହା ଦେଖିବାକୁ ଅପେକ୍ଷା……

