Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଯୋଗଦେଲେ ନୂତନ ବନାଞ୍ଚଳ ଅଧିକାରୀ

ଲକ୍ଷ୍ମୀପୁର ୧୦।୧୨
ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ ବିକାଶ ପାତ୍ର ଙ୍କର ବଦଳି  ହେବା ପରେ ତାଙ୍କ ସ୍ଥାନରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ଶିବାନନ୍ଦ ଲେଙ୍କା ଯୋଗ ଦେଇଛନ୍ତି।ଏହା ପୂର୍ବରୁ ଶ୍ରୀଯୁକ୍ତ ଲେଙ୍କା ଫୁଲବାଣୀ ବନାଞ୍ଚଳ ରେ ପ୍ରାୟ ତିନି ବର୍ଷ ଧରି କାର୍ଯ୍ୟ କରିବା ପରେ ଲକ୍ଷ୍ମୀପୁର ବନାଞ୍ଚଳ କୁ ବଦଳି ହୋଇଛି।ଏନେଇ ଶ୍ରୀଯୁକ୍ତ ଲେଙ୍କା ବିଧିବଦ୍ଧ ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ନୂତନ ବନାଞ୍ଚଳ ଅଧିକାରୀ ଭାବେ ଦାୟୀତ୍ୱ ଗ୍ରହଣ ପରେ ବନାଞ୍ଚଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଲକ୍ଷ୍ମୀପୁର ବନାଞ୍ଚଳ ଅଞ୍ଚଳରେ ଚାଲିଥିବା ବିଜୁଳି ତାର ରେ ଜଙ୍ଗଲୀ ଜନ୍ତୁ ଶିକାର, କାଠ ମାଫିଆ ଙ୍କ ଉପରେ ଲଗାମ କୁ ଦୃଢ଼ତା ର ସହ ମୁକାବିଲା କରି ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହିଁ ତାଙ୍କର ମୂଳ ଲକ୍ଷ୍ୟ ବୋଲି ଶ୍ରୀଯୁକ୍ତ ଲେଙ୍କା କହିଛନ୍ତି।ଆଗାମୀ ଦିନରେ ଏଥି ପାଇଁ ସମସ୍ତ ଙ୍କ ସହଯୋଗ ର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories