Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତା ନୀତେଶ ପାଣ୍ଡେଙ୍କ ପରଲୋକ

ମୁମ୍ବାଇ: ଅଭିନେତା ନୀତେଶ ପାଣ୍ଡେଙ୍କ ପରଲୋକ। ଟେଲିଭିଜନ ଜଗତର ଏକ ଜଣାଶୁଣା ନାଁ ହେଉଛନ୍ତି ନୀତେଶ। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଶେଷ ଥର ପାଇଁ ଷ୍ଟାର୍ ପ୍ଲସ୍ ର ‌ମେଗା ତଥା ଲୋକପ୍ରିୟ ଧାରାବାହିକ ‘ଅନୁପମା’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଧୀରଜ ଭୂମିକାରେ ଅଭିନୟ କରିଥିଲେ। ନୀତିଶ ପାଣ୍ଡେଙ୍କ ମୃତ୍ୟୁ ହେତୁ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ନିତେଶ ତାଙ୍କ କ୍ୟାରିଅରରେ ଅନେକ ସିରିଏଲ ଏବଂ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ନିଜ ଦକ୍ଷତା ବଳରେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଥିଲେ।

ନୀତେଶଙ୍କ ଅନ୍ୟତମ ପ୍ରମୁଖ ଚଳଚ୍ଚିତ୍ର ଥିଲା ଶାହାରୁଖ ଖାନଙ୍କ ଅଭିନୀତ ‘ଓମ୍ ଶାନ୍ତି ଓମ୍’। ତାଙ୍କୁ ‘ଖୋସଲା କା ଘୋସଲା’ ଏବଂ ‘ଦବଙ୍ଗ ୨’, ବାଧାଇ ଦୋ, ରଙ୍ଗୁନ୍, ହଣ୍ଟର୍, ବାଜି, ମେରେ ୟାର୍ କି ଶାଦୀ ହୈ, ମଦାରୀ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ