Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଷିଆ ଟୁଡେ ଦ୍ୱାରା ଡିଲିଟ ହେଲା ଭାଇରାଲ ଭିଡିଓ; ୪୦ ମିନିଟ ଅପେକ୍ଷା ପରେ ପୁଟିନଙ୍କ ବୈଠକରେ ପ୍ରବେଶ କଲେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ

ତୁର୍କମେନିସ୍ତାନ;୧୩|୧୨: ଋଷିଆ ଟୁଡେ ସୋସିଆଲ ମିଡିଆରୁ ଏକ ଭିଡିଓ ହଟାଇ ଦିଆଯାଇଛି | ଯେଉଁଥିରେ କି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ବଳପୂର୍ବକ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ମଧ୍ୟରେ ଚାଲିଥିବା ଏକ ବୈଠକରେ ପ୍ରବେଶ କରିବାର ଦୃଶ୍ୟ ରହିଥିଲା। ଋଷିଆ ଟୁଡେ କହିଛି ଯେ ଏହାର ଅପବ୍ୟବହାର କରାଯାଇପାରେ। ସେଥିପାଇଁ ଏହି ଭିଡିଓକୁ ହଟାଯାଇଛି |

ଏହି ଘଟଣାଟି ତୁର୍କମେନିସ୍ତାନରେ ଘଟିଥିଲା । ସେଠାରେ ଅନ୍ତର୍ଜାତୀୟ ଶାନ୍ତି ଏବଂ ଟ୍ରଷ୍ଟ ଫୋରମ୍ ବୈଠକ ଚାଲିଥିଲା । ବୈଠକ ସମୟରେ ପୁଟିନ ଏବଂ ଶାହବାଜ ସରିଫଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିଲା ଥିଲା। କିନ୍ତୁ, ଶାହବାଜଙ୍କୁ ୪୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲେ ମଧ୍ୟ, ପୁଟିନ ତାଙ୍କୁ ଭେଟି ନଥିଲେ।

ଏହାପରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ବିରକ୍ତ ହୋଇ ଜୋରଜବରଦସ୍ତ ବୈଠକ ହଲରେ ପ୍ରବେଶ କରୁଥିବା ଦେଖାଯାଇଛି। କିନ୍ତୁ ୧୦ ମିନିଟ୍ ପରେ ସେ ଏକୁଟିଆ ଫେରିଆସିଥିଲେ| କିଛି ସମୟ ପରେ ପୁଟିନ ବୈଠକ ହଲରୁ ବାହାରି ସାମ୍ବାଦିକମାନଙ୍କୁ ଆଖି ମାରିଥିଲେ ଯାହାକି ଭାଇରାଲ ହୋଇଥିଲା। ଋଷିଆ ଟୁଡେ (RT ନ୍ୟୁଜ୍) ଡିସେମ୍ବର ୧୨ ତାରିଖ ସନ୍ଧ୍ୟା ୬ଟାରେ ଏହି ଭିଡିଓ ପୋଷ୍ଟ କରିଥିଲା​​| କିନ୍ତୁ ପରବର୍ତ୍ତୀ ସମୟରେ ବିଳମ୍ବିତ ରାତ୍ରିରେ ଏହାକୁ ଡିଲିଟ୍ କରିଦେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ