Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିର ପହିଲି ଭୋଗ ନୀତି ପାଇଁ ସ୍ୱତନ୍ତ୍ର ନୀତି: ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ରାତି ୨ଟାରୁ ଦ୍ୱାରଫିଟା

ପୁରୀ;୧୩|୧୨: ଆରମ୍ଭ ହେବ ଶ୍ରୀମନ୍ଦିର ପହିଲି ଭୋଗ ନୀତି | ଆସନ୍ତା ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ଦ୍ଵାରଫିଟା ରାତ୍ରୀ ୨ଟାରୁ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ କରିବେ ସବ୍ କମିଟି । ତିନି ପ୍ରଶାସନ ଓ ସ୍ବେଚ୍ଛାସେବୀଙ୍କୁ ନେଇ ସେବକମାନେ ଶୃଙ୍ଖଳିତ ଦର୍ଶନ ନେଇ ବିଚାର ବିମର୍ଶ କରିବେ । ଦିବ୍ୟାଙ୍ଗ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ଚିଠା ମାର୍ଗଦର୍ଶିକା ।

ନୀତି ସବ୍ କମିଟି ଓ ଛତିଶା ନିଯୋଗରେ ମାର୍ଗଦର୍ଶିକା ଚିଠା ନୀତିଗତ ଭାବରେ ଗୃହୀତ ହୋଇଛି । ଏହି ବୈଠକରେ ପୁରୀବାସିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆଲୋଚନା ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ନେଇ ଆଲୋଚନା ମଧ୍ୟ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ ମନା । ସଂପୂର୍ଣ୍ଣ ସଂରକ୍ଷଣ ପରେ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା । ଦିବ୍ୟାଙ୍ଗ, ବୟସ୍କ, ଶିଶୁଙ୍କ ପାଇଁ ଲାଗୁ ହେବ ନାହିଁ ଟିକେଟ। ଏଥିପାଇଁ ସ୍ଵତନ୍ତ୍ର ଏସଓପି ପ୍ରସ୍ତୁତ ହେବ। ରତ୍ନ ଭଣ୍ଡାର ପାଇଁ ମଧ୍ୟ ହୋଇଛି ଚିଠା ଏସଓପି। ଏହାକୁ ହାଇ ଲେବୁଲ କମିଟିରେ ଉପସ୍ଥାପନ କରାଯିବ। ପରେ ପରିଚାଳନା କମିଟି ଆଲୋଚନା ପରେ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ