Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗିରଫ ହେଲେ ଇରାନର ନୋବେଲ ଶାନ୍ତି ପୁରସ୍କାର ପାଇଥିବା ନର୍ଗିସ ମହମ୍ମଦି

ଇରାନ;୧୩|୧୨: ଇରାନର ନୋବେଲ ଶାନ୍ତି ପୁରସ୍କାର ପାଇଥିବା ନର୍ଗିସ ମହମ୍ମଦି ଗିରଫ ହୋଇଛନ୍ତି। ଏହି ମଧ୍ୟ ବଡ ଆଶ୍ଚଯ୍ୟଧରଣର ହୋଇଥିଲା | ଜଣେ ମାନବାଧିକାର ଓକିଲଙ୍କ ସ୍ମୃତିଚାରଣ ସଭା ସମୟରେ ତାଙ୍କୁ ଗିରଫ କରାଯାଇଛି। ସେ ଗିରଫ ହେବା ମାତ୍ରେ ତାଙ୍କ ସମର୍ଥକମାନେ ବିରୋଧ କରିଥିଲେ | ଏହି ଘଟଣାକୁ ସ୍ପଷ୍ଟ କରିବା ପାଇଁ ନର୍ଗିସ ମହମ୍ମଦିଙ୍କ ନାମରେ ନାମିତ ଏକ ସଂଗଠନ କହିଛି ଯେ ବିବାଦୀୟ ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ଜଣେ ମାନବାଧିକାର ଓକିଲଙ୍କ ସ୍ମୃତିଚାରଣ ସଭା ସମୟରେ ତାଙ୍କୁ ଅଟକ ରଖାଯାଇଥିଲା। ତେହେରାନର ପ୍ରାୟ ୬୮୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ମାଶାଦରେ ମୃତ ଅବସ୍ଥାରେ ମିଳିଥିବା ମାନବାଧିକାର ଓକିଲ ଖୋସରୋ ଆଲିକୋର୍ଡିଙ୍କ ସମ୍ମାନାର୍ଥେ ଏହି ସମାରୋହ ଆୟୋଜନ କରାଯାଇଥିଲା।

କିନ୍ତୁ ଇରାନୀ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଡିସେମ୍ବର ୨୦୨୪ ରେ ୫୩ ବର୍ଷ ବୟସ୍କା ନର୍ଗିସ ମହମ୍ମଦିଙ୍କୁ ଜେଲରୁ ଅସ୍ଥାୟୀ ଭାବେ ମୁକ୍ତି ଦିଆଯାଇଥିଲା | ଯାହା କେବଳ ତିନି ସପ୍ତାହ ପାଇଁ ଥିଲା। ଜେଲରୁ ବାହାରିବା ପରେ ସେ ମାନବାଧିକାର କାର୍ଯ୍ୟକଳାପରେ ସକ୍ରିୟ ରହିଥିଲେ।

ଏହାପରେ ସେ ତେହେରାନର କୁଖ୍ୟାତ ଏଭିନ୍ ଜେଲ୍ ବାହାରେ ମଧ୍ୟ ପ୍ରଦର୍ଶନ କରିଥିଲେ | ଯେଉଁଠାରେ ତାଙ୍କୁ ପୂର୍ବରୁ ଜେଲ ଦିଆଯାଇଥିଲା। ମହମ୍ମଦି ମାନବାଧିକାର ଉପରେ ତାଙ୍କର କାର୍ଯ୍ୟ ପାଇଁ ୨୦୨୩ ନୋବେଲ୍ ଶାନ୍ତି ପୁରସ୍କାର ପାଇଥିଲେ | ଇରାନୀ କୁର୍ଦ୍ଦିଶ୍ ମହିଳା ମହସା ଆମିନୀଙ୍କ ହାଜତ ମୃତ୍ୟୁ ପରେ ୨୦୨୨-୨୦୨୩ ପ୍ରତିବାଦକୁ ସମର୍ଥନ କରିଥିଲେ।

ନର୍ଗିସ ଇରାନର ଜଣେ ଲୋକପ୍ରିୟ ତଥା ଚର୍ଚ୍ଚିତ ମାନବାଧିକାର କର୍ମୀ। ଇରାନରେ ମହିଳାଙ୍କୁ ସେମାନଙ୍କ ଅଧିକାର ମିଳେନାହିଁ। ଏହା ବିରୋଧରେ ହିଁ ନର୍ଗିସ ଲଢ଼େଇ କରନ୍ତି। ନର୍ଗିସ ଯୁବାବସ୍ଥାରୁ ହିଁ ଇରାନରେ ମହିଳା ବିରୋଧୀ ଅତ୍ୟାଚାର ବିରୋଧରେ ଲଢ଼େଇ କରୁଛନ୍ତି। ସେ ମହିଳା, ଜୀବନ ଓ ସ୍ବାଧୀନତାକୁ ନେଇ ସେ ଲଢେଇ ଜାରି ରଖିଛନ୍ତି। ସେ ମୁଖ୍ୟତଃ ହିଜାବକୁ ବିରୋଧ କରନ୍ତି। ବର୍ତ୍ତମାନ ସୁଦ୍ଧା ମହମ୍ମଦି ୧୩ ଥର ଗିରଫ ହୋଇଥିବା ବେଳେ ତାଙ୍କ ଜୀବନର ପ୍ରାୟ ୩୬ ବର୍ଷ ଜେଲରେ ବିତାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ