Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମମତାଙ୍କ ପାଇଁ ଏସଆଇଆର ଚାଲେଞ୍ଜ; ମମତାଙ୍କ ନିର୍ବାଚନ ମଣ୍ଡଳୀରୁ ବାଦ୍ ପଡିଲେ ସର୍ବାଧିକ ଭୋଟର

ପଶ୍ଚିମବଙ୍ଗ ;୧୩|୧୨: ପଶ୍ଚିମବଙ୍ଗରେ ଏବେ SIR କୁ ନେଇ ଏକ ବଡ ବିବାଦ ଦେଖିବାକୁ ମିଳିଛି | ଏଥିମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ମଣ୍ଡଳୀ ଭବାନୀପୁର ଏହି ପ୍ରକ୍ରିୟା ପାଇଁ ପ୍ରଭାବିତ ହୋଇଛି | ଯେଉଁଠାରୁ ସର୍ବାଧିକ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି । ଭୋଟର ତାଲିକାରୁ ନାମ କାଟିବା କଥା କହିଲେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀ ତୁଳନାରେ ଭବାନୀପୁରରୁ ପ୍ରାୟ ଚାରି ଗୁଣ ଅଧିକ ନାମ ହଟାଯାଇଛି । ଗତ ଶୁକ୍ରବାର ଦିନ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ତଥ୍ୟରୁ ଏହି ସୂଚନା ସାମ୍ନାକୁ ଆସିଛି । ଜନଗଣନା ଫର୍ମ ଦାଖଲ କରିବାର ସମୟସୀମା ଶେଷ ହେବାର ଗୋଟିଏ ଦିନ ପରେ ଆୟୋଗ ଏହି ତଥ୍ୟ ଜାରି କରିଛନ୍ତି | ଏହି ତଥ୍ୟ ପ୍ରକାଶ ହେବା ପରେ ରାଜ୍ୟବ୍ୟାପୀ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାଇ ଦକ୍ଷିଣ କୋଲକାତାର ଭବାନୀପୁର ନିର୍ବାଚନ ମଣ୍ଡଳୀରେ ୨,୦୬,୨୯୫ ଭୋଟରଙ୍କ ମଧ୍ୟରୁ ୪୪,୭୮୭ ନାମ ହଟେଇ ଦିଆଯାଇଛି। ସେହିପରି ନନ୍ଦିଗ୍ରାମରେ ୨,୭୮,୨୧୨ ଭୋଟରଙ୍କ ମଧ୍ୟରୁ ୧୦,୫୯୯ ନାମ କଟାଯାଇଛି। ଏହି ପ୍ରସଙ୍ଗରେ ଆୟୋଗ କହିଛନ୍ତି ଯେ ମୃତ୍ୟୁ, ସ୍ଥାନାନ୍ତର, ଠିକଣା ମିଳୁନଥିବା ଏବଂ ଦୋହରା ନାମ ଭଳି ମାନକ ବର୍ଗ ଅଧୀନରେ ଏହି ନାମଗୁଡିକ ହଟାଯାଇଛି। ରାଜ୍ୟର ୨୯୪ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଉତ୍ତର କୋଲକାତାର ଚୌରଙ୍ଗୀରେ ସର୍ବାଧିକ ନାମ ବାଦ୍ ଦିଆଯାଇଛି। ଏହା ପରେ କୋଲକାତା ପୋର୍ଟ ଏବଂ ଟାଲିଗଞ୍ଜର ସ୍ଥାନ ରହିଛି।

ଭାରତୀୟ ଜନତା ପାର୍ଟିର ବିଧାୟକ ଥିବା ନିର୍ବାଚନ ମଣ୍ଡଳୀ ଯେପରିକି ଆସନସୋଲ ଦକ୍ଷିଣ ଏବଂ ଶିଲିଗୁଡିରେ ମଧ୍ୟ ନନ୍ଦିଗ୍ରାମ ଅପେକ୍ଷା ଅଧିକ ନାମ କଟାଯାଇଛି। ଜିଲ୍ଲାସ୍ତରୀୟ ତଥ୍ୟ ଅନୁସାରେ, ଦକ୍ଷିଣ ୨୪ ପ୍ରଗଣାରେ ସର୍ବାଧିକ ୮,୧୬,୦୪୭ ନାମ ହଟାଯାଇଛି । ସାମଗ୍ରିକ ଭାବେ SIR ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ୫୮ ଲକ୍ଷରୁ ଅଧିକ ନାମ ବାଦ୍ ଦିଆଯାଇଛି । ଆସନ୍ତା ମଙ୍ଗଳବାର ନିର୍ବାଚନ ଆୟୋଗ ଚିଠା ଭୋଟର ତାଲିକା ପ୍ରକାଶ କରିବେ ।

ତୃଣମୂଳ କଂଗ୍ରେସ ମୁଖପାତ୍ର କୃଶାନୁ ମିତ୍ର କହିଛନ୍ତି ଯେ ଦଳ ତଥ୍ୟ ଯାଞ୍ଚ କରିବ ଏବଂ କୌଣସି ପ୍ରକୃତ ଭୋଟରଙ୍କ ନାମକୁ ଉଦ୍ଦେଶ୍ୟମୂଳକ ଭାବେ ହଟାଯାଇଥିଲେ ଗଣତାନ୍ତ୍ରିକ ଉପାୟରେ ଏହାର ଜବାବ ଦିଆଯିବ । ଅନ୍ୟପକ୍ଷରେ ବିଜେପିର ମୁଖ୍ୟ ସଚେତକ ଶଙ୍କର ଘୋଷ କହିଛନ୍ତି ଯେ, ଏହି କାଟ୍‌ଛାଟ୍‌ ପ୍ରମାଣ କରୁଛି ଯେ ବଙ୍ଗଳାରେ SIRର ଆବଶ୍ୟକତା କାହିଁକି ଥିଲା । କାରଣ ଏହା ନକଲି ଭୋଟରଙ୍କ ସଂଖ୍ୟାକୁ ପଦାରେ ପକାଇଛି, ଯାହା ଟିଏମସିର ଅସଲ ଶକ୍ତି ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ