ପ୍ରତିଦିନ କଖାରୁ ମଞ୍ଜି ଖାଇଲେ ଶରୀରକୁ ମିଳେ ଅନେକ ଲାଭ ? କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ସହ ମିଳିଥାଏ ଏହି ସବୁ ଫାଇଦା, ଜାଣନ୍ତୁ…..
Homemade Roasted Spiced Pumpkin Seeds with Sea Salt
କଖାରୁ ହେଉଛି ଏମିତି ଏକ ପରିବା ଯାହାକୁ ଆପଣମାନେ ବିଭିନ୍ନ ଆଇଟମରେ ବ୍ୟବହାର କରି ଥାଆନ୍ତି | ସେ ଡାଲମା ହେଉ କି ଭଜା କଖାରୁକୁ ବିଭିନ୍ନ ପ୍ରକାରର ରେସିପିରେ ବ୍ୟବହାର କରାଯାଇପାରିବ। କିନ୍ତୁ ଆପଣ କ’ଣ ଜାଣନ୍ତି କି? କଖାରୁ ପରି, ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ | କଖାରୁ ମଞ୍ଜିରେ ଥିବା ଭିଟାମିନ୍, ମ୍ୟାଗ୍ନେସିୟମ୍, ଜିଙ୍କ୍ ଏବଂ ଫାଇବର ଭଳି ଅନ୍ୟାନ୍ୟ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଏହାର ଉପକାରିତା ଏବଂ ତାହାର ସେବନ ପ୍ରଣାଳୀ ବିଷୟରେ ଅନୁସନ୍ଧାନ କରିବା।
ଖାଦ୍ୟରେ କଖାରୁ ମଞ୍ଜି କିପରି ସାମିଲ କରିବେ?
୧. ସୁପ୍- ଶୀତଦିନେ ଆପଣମାନେ କଖାରୁ ମଞ୍ଜିରେ ତିଆରି ସୁପର ମଜା ନେଇପାରିବେ। ଏହା ଏକ ପୁଷ୍ଟିକର ଏବଂ ସ୍ୱାଦିଷ୍ଟ ବିକଳ୍ପ ହୋଇପାରେ।
୨. ସାଲାଡ: ଆପଣଙ୍କର ଖାଦ୍ୟ ତାଲିକାରେ ସାଲାଡରେ ମଧ୍ୟ କଖାରୁ ମଞ୍ଜିକୁ ସାମିଲ କରି ପାରିବେ। ସାଲାଡ଼ ବନେଇବା ପାଇଁ, ଭଜା କଖାରୁ ମଞ୍ଜି, ଗାଜର, ଟମାଟୋ, ଫଳ ଏବଂ କାକୁଡି ଭଳି ସାମଗ୍ରୀ ସହିତ ମିଶ୍ରଣ କରନ୍ତୁ ଏବଂ ଜଳଖିଆରେ ଖାଆନ୍ତୁ।
କଖାରୁ ମଞ୍ଜି ଖାଇବା ଦ୍ୱାରା ଉପକାର- କୋଲେଷ୍ଟ୍ରଲ୍ କଖାରୁ ମଞ୍ଜିରେ ଥିବା ସୁସ୍ଥ ଚର୍ବି, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରିବାରେ ଏବଂ ହୃଦୟକୁ ସୁସ୍ଥ ରଖିବାରେ ଏକ ଭଲ ବିକଳ୍ପ ହୋଇପାରେ ।
୩.ଶୋଇବା- କଖାରୁ ବିହନରେ ଟ୍ରିପ୍ଟୋଫାନ୍ ନାମକ ଏକ ଆମିନୋ ଏସିଡ୍ ଥାଏ, ଯାହା ସେରୋଟୋନିନ୍ ଏବଂ ମେଲାଟୋନିନ୍ ଭଳି ହରମୋନର ଉତ୍ପାଦନକୁ ବୃଦ୍ଧି କରେ, ଯାହା ଫଳରେ ଭଲ ନିଦ ହୋଇଥାଏ |
ନିଦ୍ରାହୀନତା ସହିତ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ଏଗୁଡ଼ିକୁ ଖାଇବା ଦ୍ୱାରା ଲାଭ ମିଳିଥାଏ |
୪ .ପାଚନ- ଯଦି ଆପଣଙ୍କର ପାଚନ କ୍ରିୟାରେ ସମସ୍ୟା ରହିଛି, ତେବେ ଆପଣ କଖାରୁ ମଞ୍ଜି ଖାଇପାରିବେ। ଏହାକୁ ସାଲାଡରେ ଖାଇବା ଏକ ଭଲ ବିକଳ୍ପ। ୫. ଚର୍ମ- କଖାରୁ ମଞ୍ଜିରେ ଏପରି ଅନେକ ଗୁଣ ମିଳିଥାଏ, ଯାହା ତ୍ୱଚାକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ |

