ସମୁଦ୍ର ର ଅଥଳ ଜଳ ରାସିରେ ଅଲିଭ ରିଡଲ ଙ୍କ ମେଟିଙ୍ଗ,ପରିବେଶ ପାଇଁ ଶୁଭ ସଂକେତ l
ଅସ୍ତରଙ୍ଗ :୧୫.୧୨.୨୦୨୫ ପ୍ରତି ବର୍ଷ ଭଳି ଚଳିତବର୍ଷ ଅସ୍ତରଙ୍ଗ ଦେବୀ ମୁହାଣ ଅଞ୍ଚଳ କୁ ଆସିଗଲେଣି ଅତିଥି ,ଯାହା ଅଲିଭରିଡ଼ିଲି ସାମୁଦ୍ରିକ କଇଁଛ ମାନଙ୍କୁ କୁହାଯାଇଥାଏ | ଏହି ସାମୁଦ୍ରିକ କଇଁଛ ଙ୍କ ଜୀବନ ଶୈଳୀ ବେଶ ନିଆରା ,ବର୍ଷର ସବୁ ସମୟରେ ଏହି ସାମୁଦ୍ରିକ କଇଁଛ ମାନେ ଭାରତ ମହାସାଗର ,ସହିତ ଶ୍ରୀଲଙ୍କା ଦୀପ ପୁଞ୍ଜ ର ନିକଟ ରେ ରହିଥିବା ଗଭୀର ସମୁଦ୍ର ମଧ୍ୟରେ ବାଶ କରିଥାନ୍ତି | କିନ୍ତୁ ଏମାନଙ୍କ ଅଣ୍ଡାଦାନ ଋତୁ ଆରମ୍ଭ ହେବା ପୂର୍ବରୁ ଏମାନେ ବସବାଶ କରୁଥିବା ସ୍ଥାନ ଛାଡିବା ଆରମ୍ଭ କରିଥାନ୍ତି | ଏହି ବିରଳ ସାମୁଦ୍ରିକ ଜୀବ ଟି ନିଜର ଅଣ୍ଡାଦାନ କରିବା ପାଇଁ ପୃଥିବୀ ର ପାଞ୍ଚଟି ସ୍ଥାନକୁ ଚୟନ କରିଥାନ୍ତି ,ସେହି ପାଞ୍ଚଟି ସ୍ଥାନ ମଧ୍ୟରୁ ଭାରତ ର ତିନୋଟି ସ୍ଥାନ ହେଉଛି ଆମ ରାଜ୍ୟ ଓଡ଼ିଶାର ଗହୀରମଥା ,ଋଷିକୁଲ୍ୟା ଏବଂ ଦେବୀ ମୁହାଣ ଅଞ୍ଚଳ | ନଭେମ୍ବର ମାଷ ଠାରୁ ଜାନୁଆରୀ ମାଷ ପର୍ଜନ୍ତ ଅଲିଭରିଡ଼ିଲି କଇଁଛ ମାନଙ୍କର ଚାଲିଥାଏ ମିଳନ ପ୍ରକ୍ରିୟା | ମିଳନ ପ୍ରକ୍ରିୟା ର ୫୦ ରୁ ୬୦ ଦିନ ପରେ ଏହି କଇଁଛ ମାନେ ସମୁଦ୍ର ର ଉପକୂଳ କୁ ଆସି ଉପକୂଳରେ ରହିଥିବା ବାଲୁକା ରାଶୀ ଉପରେ ଅଣ୍ଡାଦାନ କରିଥାନ୍ତି,ଅଣ୍ଡାଦାନ ସାରିବା ପରେ ସେମାନେ ସମୁଦ୍ର ମଧ୍ୟକୁ ଫେରି ଯାଇଥାନ୍ତି | ଏହି କଇଁଛ ମାନେ ବିଶେଷ ଭାବେ ସମୁଦ୍ର ମଧ୍ୟରେ ସେମାନଙ୍କ ମିଳନ ପ୍ରକ୍ରିୟା ଆରମ୍ଭ କରୁଥିବା ଦେଖିବାକୁ ମିଳିଥାଏ | କିନ୍ତୁ ଚଳିତ ବର୍ଷ ଦେବୀନଦୀ ମଧ୍ୟରେ ଏକାଧିକ ଅଲିଭରିଡ଼ିଲି କଇଁଛ ମାନଙ୍କର ମିଳନ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଯାହା ଆମ ପରିବେଶ ପାଇଁ ଏକ ଭଲ ଖବର ବୋଲି କହିଛନ୍ତି କେତେକ ପରିବେଶ କର୍ମୀ | ଅଲିଭରିଡ଼ିଲି ସାମୁଦ୍ରିକ କଇଁଛ ମାନେ ଦେବୀମୁହାଣ ନିକଟ ସାମୁଦ୍ରିକ ଅଞ୍ଚଳ କୁ ସେମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ହଜାର ହଜାର କିଲୋମିଟର ସାମୁଦ୍ରିକ ପଥ ଅତିକ୍ରମ କରି ଓଡ଼ିଶାର ଗହୀରମଥା ,ଋଷିକୁଲ୍ୟା ,ଏବଂ ଦେବୀମୁହାଣ ର ସାମୁଦ୍ରିକ ଉପକୂଳ ନିକଟକୁ ଚାଲିଆସିଥାନ୍ତି | ଏହି ସାମୁଦ୍ରିକ ଜୀବ ମାନେ ଉପକୂଳ ଠାରୁ ଦୁଇକିଲୋମିଟର ଦୂରତା ମଧ୍ୟରେ ସେମାନଙ୍କ ମିଳନ ପ୍ରକ୍ରିୟା ଆରମ୍ଭ କରିଥାନ୍ତି | କିନ୍ତୁ ଚଳିତବର୍ଷ ଏହି କଇଁଛ ମାନେ ଦେବୀନଦୀ ମୁହାଣ ଅତିକ୍ରମ କରି ଦେବୀନଦୀ ମଧ୍ୟରେ ସେମାନଙ୍କ ମିଳନ ପ୍ରକ୍ରିୟା ଆରମ୍ଭ କରୁଥିବାର ଦେଖିବାକୁ ମିଳିଛି | ମଶ୍ଚଜୀବି ମାନେ ଦେବୀନଦୀ ମଧ୍ୟରେ ମାଛ ଧରିବାକୁ ଯାଉଥିବା ବେଳେ ଏହି କଇଁଛ ମାନଙ୍କ ମିଳନ ପ୍ରକ୍ରିୟା ଦେଖିବାକୁ ପାଇଥିଲେ ଏବଂ ସେହି ସମୟର ଫଟୋ ଏବଂ ଭିଡିଓ କୁ ନିଜ ମୋବାଇଲ ରେ ରେକର୍ଡ କରିଥିଲେ | ଦେବୀନଦୀ ମଧ୍ୟରେ ଅଲିଭରିଡ଼ିଲି କଇଁଛ ମାନଙ୍କ ମିଳନ ପ୍ରକ୍ରିୟା ଦେଖିବା ପରେ ଏଠାରେ ସେମାନେ ସୁରକ୍ଷିତ ରହିବା ସହିତ ଅସ୍ତରଙ୍ଗ ଦେବୀମୁହାଣ ର ପରିବେଶ ସେମାନଙ୍କ ପାଇଁ ଉପଯୋଗୀ ହୋଇଥିବା କହିଛନ୍ତି ପରିବେଶବିତ ଶୋଭାକ ର ବେହେରା |

