ସରକାରୀ ଘରକୁ ନେଇ ଚାଲିଛି କିଣାବିକା କିଛି ଲାଭ ହେବନାହିଁ ଅତିଶୀଘ୍ର କରାଯିବ ଉଛେଦ : ତହସିଲଦାର
ପଟ୍ଟାଙ୍ଗି୧୬/୧୨କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ରେ ରହିଥିବା ସରକାରୀ ଘରକୁ ନେଇ ଚାଲିଛି କିଣାବିକା । ଏହିପରି ଘଟଣା କୁ ନେଇ ବିଭାଗୀୟ ଅଧିକାରୀ କିଛି ଲାଭ ହେବନାହିଁ । ଯେହେତୁ ଆସନ୍ତା ଦିନରେ ସେହି ସବୁ ଘର ଭଙ୍ଗା ଯାଇ ନୂତନ ଘର କରାଯିବ ଏବଂ ବିକ୍ରି କରୁଥିବା ଓ କିଣୁ ଥିବା ଲୋକ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆରମ୍ଭ ହୋଇଛି ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି । ସୂଚନା ମୁତାବକ ବ୍ଲକ୍ ସଦର ମହକୁମାର ଶିଶୁ ବିଦ୍ୟା ମନ୍ଦିର ସମୁଖରେ ରହିଥିବା ତହସିଲ କାର୍ଯ୍ୟାଳୟ ର ଅନେକ ପୁରାତନ ଘର ଗୁଡିକରେ କିଛି ପରିବାର ବସବାସ କରି ଏହାର ରକ୍ଷଣାବେକ୍ଷଣ କରି ଆସୁଛନ୍ତି କିନ୍ତୁ ଉକ୍ତ ଘର ଭିତରୁ କିଛି ଘର କୁ ଦୀର୍ଘ ବର୍ଷ ହେଲା ତାଲା ପକାଇ ରଖିବା ବ୍ୟକ୍ତି ବିଶେଷ ମାନେ ଅନ୍ୟକୁ ବିକ୍ରି କରିଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲଚନା । ସେପଟେ ଉକ୍ତ ଦୃଶ୍ୟ ବା ଘଟଣା ସମ୍ପର୍କରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କ ନିକଟରେ ଖବର ପହଞ୍ଚିବା ପରେ ଏହାକୁ ନେଇ ତହସିଲଦାର ଧାରୁଆ ଅସନ୍ତୋଷ ପ୍ରକାଶ କରି କହିଛନ୍ତି କି ଉକ୍ତ ସରକାରୀ ଘର ଗୁଡ଼ିକ କୁ ଅତିଶୀଘ୍ର ଭଙ୍ଗାଯିବ ଏବଂ ଘରେ ରହିଥିବା ଲୋକମାନ ଙ୍କୁ ଖାଲି କରିବା ପାଇଁ ନୋଟିସ ପ୍ରସ୍ତୁତ ଆରମ୍ଭ ହୋଇଥିବା ସହ ରାଜସ୍ବ ନିରୀକ୍ଷକ ଙ୍କୁ ନିର୍ଦ୍ଦେଶ ଦିଆ ଯିବ ସେଅଞ୍ଚଳ ଗୁଡିକରେ ରହିଥିବା ସରକାରୀ ଘର ଗୁଡିକର ପାରିପାର୍ଶ୍ବିକ ରେ ରହିଥିବା ସରକାରୀ ଜମି ଚିହ୍ନଟ କରି ଦଖଲ ରେ ରଖିଥିବା ଲୋକମାନ ଙ୍କୁ ଛାଡିବା ସହ ଘର ଖାଲି କରିବା କୁ କୁହାଯିବ । ଏହାପରେ ଉକ୍ତ ସ୍ଥାନ ମାନଙ୍କରେ ରହିଥିବା ଘର କୁ ଭଙ୍ଗାଯିବ ଏବଂ ନୂତନ ଘର ନିର୍ମାଣ କରାଯିବ ବୋଲି ପ୍ରକାଶ କରିବା ସହ ସରକାରୀ ଘରକୁ ବିକ୍ରି ଓ କିଣିଥିବା ଉଭୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ଉପରୋକ୍ତ ସ୍ଥାନ ମାନଙ୍କରେ ଖାଲି ସରକାରୀ ଘରକୁ ଲୋକମାନେ ମାଡି ବସିବା ସହ ସରକାରୀ ଜମି କୁ ମଧ୍ୟ ବିଗତ ଦିନ ମାନଙ୍କରେ ଅସାଧୁ ରାଜ୍ୟ ନିରୀକ୍ଷକ ଅଧିକାରୀ ମାନଙ୍କୁ ହାତକରି ନିଜ ନମରେ ହାତେଇ ନେଇଥିବା ସରକାରୀ ଜମି କୁ ମଧ୍ୟ ଫେରସ୍ତ ଆଣିବା କୁ ସ୍ଥାନୀୟ ବୁଧିଜୀବି ଙ୍କ ମହଲରେ ଦାବି ହୋଇଛି ।

