Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋକିମଙ୍କ ଅବସ୍ଥା ମଧ୍ୟ ସୌମ୍ୟ ପଟ୍ଟନାୟକଙ୍କ ଭଳି ହେବ କି?

ଭୁବନେଶ୍ୱର,୧୬|୧୨: ନିକଟରେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ ଦଳରୁ ବହିଷ୍କୃତ ହୋଇଛନ୍ତି |ଏହି ଘଟଣାକୁ ନେଇ ଅନେକ କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ ହୋଇଛି | ତେବେ କଂଗ୍ରେସରେ ଏ କଥା ନୂଆ ନୁହେଁ ପୂର୍ବରୁ ଏଭଳି ଘଟଣା ମଧ୍ୟ ଘଟିଛି | ୨୦୧୩ ଅକ୍ଟୋବର ୨ରେ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ । ସେହି ସମୟରେ କଂଗ୍ରେସର ପିସିସି ସଭାପତି ଜୟଦେବ ଜେନା ଥିଲେ। ସୌମ୍ୟରଞ୍ଜନ ପଟ୍ଟନାୟକ କଂଗ୍ରେସରୁ ବହିଷ୍କୃତ ହେବା ପରେ ‘ଆମ ଓଡ଼ିଶା’ ନାମରେ ଏକ ସ୍ୱାଧୀନ ଦଳ ଗଢ଼ିଥିଲେ। ଏବଂ ପରେ ସମୟକ୍ରମେ ସେହି ଦଳକୁ ବିଜେଡି ସହିତ ମିଶ୍ରଣ କରି ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ | ପରେ ଶେଷରେ ବିଜେଡିରୁ ବାହାରିବା ପରେ ତାଙ୍କ ରାଜନୀତି କ୍ୟାରିୟରରେ ଯବନିକା ପଡିଥିଲା |

ଆଉ ଏବେ ପୁଣି ଥରେ ୨୦୨୫ରେ ଏଭଳି ଏକ ଘଟଣା ଦୋହରାଇବାରେ ଦେଖାଯାଇଛି | ଗତ ଡିସେମ୍ବର ୧୨ରେ ମହମ୍ମଦ ମୋକିମଙ୍କୁ ବହିଷ୍କାର କରିଛି କଂଗ୍ରେସ । ଆଉ ଏବେ କଂଗ୍ରେସର ପିସିସି ସଭାପତି ଅଛନ୍ତି ଭକ୍ତ ଚରଣ ଦାସ । ମୋକିମ ଥରେ ଜିତିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା ଏବଂ ରାଜନୀତି ଜ୍ଞାନରେ ଦକ୍ଷତା ମଧ୍ୟ ତାଙ୍କର ଯଥେଷ୍ଟ ରହିଛି | ତେବେ କଂଗ୍ରେସରୁ ବହିଷ୍କୃତ ହେଲା ପରେ ମୋକିମଙ୍କୁ ନେଇ ଚର୍ଚ୍ଚା ଆହୁରି ବଢ଼ିବାରେ ଲାଗିଛି | ମୋକିମ ନିଜର ସ୍ୱାଧୀନ ଦଳ ଗଢିବେ ନା କେଉଁ ଦଳରେ ମିଶିବେ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି |

ଅନ୍ୟପଟେ କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ସାମ୍ବାଦିକଙ୍କ ପ୍ରଶ୍ନରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ସେ କିଏ? ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ସେ ଜିତିଛନ୍ତି |ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି | ଦଳୀୟ ନେତୃତ୍ବ ନେଉଥିବା କର୍ତ୍ତୃପକ୍ଷ ସେମାନଙ୍କ କଥା ନିଶ୍ଚିୟ ଶୁଣିବେ, ସୋନିଆଙ୍କୁ ଚିଠି ଲେଖିବାରେ କୌଣସି ସମସ୍ୟା ନାହିଁ | କିନ୍ତୁ ଚିଠିକୁ ଗଣାମଧ୍ୟମରେ ପ୍ରଚାର କରିବାର କ’ଣ ଆବଶ୍ୟକତା ଥିଲା’ ଏହାର ମୁଖ୍ୟ କାରଣ ହେଉଛି ସେ ଦଳରେ ରହିବାକୁ ଚାହୁଁ ନଥିଲେ | ଭକ୍ତ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, “ସେ ରାହୁଲ ଗାନ୍ଧୀଙ୍କ ବିଷୟରେ କ’ଣ ଜାଣନ୍ତି ? ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କରିଥିଲେ ଏହା କ’ଣ କଠିନ ପରିଶ୍ରମ ନୁହେଁ କି ? ଚିଠି ଲେଖି କଣ ସେ ରାହୁଲଙ୍କୁ ଗାଇଡ୍ କରିବେ ?’-ଏହା ଦଳ ବିରୋଧୀ କାମ ବୋଲି କହି ମୋକିମଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସର ପିସିସି ସଭାପତି ଭକ୍ତ ଦାସ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ