Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ସେବାଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ସେବାଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ବୁଧବାର ଦିନ ପୂର୍ବାହ୍ନ ସାଢେ଼ ୩ଟାରେ ଉଦଯାପିତ ହୋଇଯାଇଛି। ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ବଡରମା ସରପଞ୍ଚ ବିଜୟ କୁମାର ନାୟକ ଯୋଗ ଦେଇ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ମଶାଲ ଜାଲି ଶୁଭ ଉଦଘାଟନ କରିଥିଲେ।ମୁଖ୍ୟବକ୍ତା ଭାବେ ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଅଶୋକ କୁମାର ବାଘ, କଲେଜ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ, ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକ, ସିଆରସିସି ପ୍ରମୋଦ କୁମାର କୁଜୁର, ସଂଘ ସଭାପତି ବିରେନ୍ଦ୍ର କୁମାର ପଟେଲ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସହକାରୀ ଶିକ୍ଷକ କାହୁଁ ଚରଣ ଦାଶ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଖେଳ ପ୍ରତିଯୋଗିତା କୁ ଖେଳ ପ୍ରଶିକ୍ଷକ ତପନ ଖୁଣ୍ଟିଆ ଏବଂ ପ୍ରମୋଦ କୁକୁର ପରିଚାଳନା କରିଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ଅବନ୍ତି ସୁନାନି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଜ୍ୟୋତିର୍ମୟୀ କିସାନ, ଦମୟନ୍ତୀ ପ୍ରଧାନ, ଉର୍ମିଳା ସିଂ ମହାପାତ୍ର, ରାଜ କିଶୋର ଭୋଇ, ମୁରାରି ପ୍ରଧାନ, ଅକ୍ଷୟ ଭୋଇ, କିଶୋର ପ୍ରଧାନ ଏବଂ ଯଜ୍ଞସିନି ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଏଥିରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ୮୦୦ ମିଟର ଦୌଡ, ଡିସ୍କସ ଥ୍ରୋ, ବସ୍ତା ଡିଆଁ ପ୍ରଭୁତି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ