Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବରୁ ଶତ୍ରୁତା ପ୍ରତିଶୋଧ ସହ ଜମିବାଡ଼ି ବିବାଦରୁ ଗଲା 4 ଜୀବନ, ୩ ଅଭିଯୁକ୍ତ ଶିବ ପାର୍ବତୀ ଙ୍କ ସହ ପୁଅ ନକୁଳ ଗଲେ ଜେଲ

ଅତାବିରା – ବରଗଡ଼ ଜିଲ୍ଲା ଭଟଲି ବ୍ଳକର ନାରଙ୍ଗପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଝିକିଝିକି ଗ୍ରାମରେ ଏକ ଘରୋଇ ଜାଗାବାଡିକୁ ନେଇ ଏକ ପରିବାରର ସମସ୍ତ ଚାରିଜଣ ସଦସ୍ୟଙ୍କୁ ଏକ ଲୁହା ରଡ ଶାବଲରେ ପିଟିପିଟି ହତ୍ୟା କରି ବନ୍ଦ କୋଠରୀ ରେ ରଖି 18 ଘଣ୍ଟା ପରେ ହତ୍ୟାକାରୀ ଙ୍କ ଆତ୍ମସମର୍ପଣ ପରେ ଭଟଲି ପୋଲିସ ତଦନ୍ତ କରି ଆଜି ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀ ଓ ପୁଅ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଶିବ ବାଗ, ସ୍ତ୍ରୀ ପାର୍ବତୀ ବାଗ, ପୁଅ ନକୁଳ ବାଗ l ସମସ୍ତଙ୍କୁ ବରଗଡ଼ ଏସଡିଜେଏମ କୋର୍ଟ ରେ ହାଜର କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବରଗଡ଼ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି l ଜମିବାଡ଼ି ବିବାଦର ଉଗ୍ର ରୁପର କୁ ପରିଣତିରେ ହତ୍ୟାର ଶିକାର ହୋଇଥିବା ଗୋଟିଏ ପରିବାରର ମୁତକ ମାନେ ହେଲେ ଗୁରୁଦେବ ବାଗ, ପତ୍ନୀ ଶିବାଗ୍ରୀ ବାଗ (୪୮ ବର୍ଷ), ପୁଅ ଚୁଡ଼ାମଣି ବାଗ (୧୫ବର୍ଷ), ଏବଂ ଝିଅ ଶ୍ରାବଣୀ ବାଗ (୧୦ ବର୍ଷ) l
ଘଟଣାରୁ ପ୍ରକାଶ ଯେ ଗତ 2014 ମସିହା ଏପ୍ରିଲ ମାସ 1 ତାରିଖରେ ଉଭୟ ପରିବାର ଗଣ୍ଡଗୋଳ କୁ ନେଇ ହତ୍ୟାର ଶିକାର ହୋଇଥିବା ଶିବାଗ୍ରୀଙ୍କ ଅଭିଯୋଗ କ୍ରମେ ଭଟଲି ଥାନା କେଶ ନମ୍ବର 32 /2014 ଆଧାର ରେ ହତ୍ୟାକାରୀମାନେ ସେ ସମୟରେ ଗିରଫ ହୋଇ ଜେଲ ଯାଇଥିଲେ l ଏହି ଦିନ ଠାରୁ ଉଭୟ ପରିବାର ଭିତରେ ଗଣ୍ଡଗୋଳ ଲାଗି ରହିଥିଲା l ଜେଲ ଯିବା ର ବଦଲା ନେବାକୁ ଶିବ ପରିବାର ସୁଯୋଗ କୁ ଅପେକ୍ଷା କରିଥିଲେ l ଗତ ସୋମବାର ଦିନ ପୁଣି ଘର ଜମି ବାଡ଼ି କୁ ନେଇ ଗଣ୍ଡଗୋଳ ହୋଇଥିଲା ଓ ଗାଁ ଭଦ୍ର ଲୋକଙ୍କ ଉପସ୍ଥିତି ରେ ସମାଧାନ ହୋଇଥିଲା l ତେବେ ଶିବ ପରିବାର ଅସନ୍ତୋଷ ହୋଇ ବଦଲା ନେବାକୁ ରଚିଥିଲେ ଅପରାଧ l ଆଲୋଚନା ପରେ ଗୁରୁଦେବ ବାହାରକୁ ଗାଧୋଇବାକୁ ପଳାଇଥିଲେ l ଏହାର ସୁଯୋଗ ନେଇ ପ୍ରଥମେ ହତ୍ୟାକାରୀ ମାନେ ଗୁରୁଦେବ ଙ୍କ ସ୍ତ୍ରୀ ଶିବାଗ୍ରୀ ଙ୍କୁ ଆକ୍ରମଣ କରି ହତ୍ୟା କରି 10 ବର୍ଷୀୟ ନିଷ୍ପାପ ଝିଅ ଶ୍ରାବଣୀ ଙ୍କୁ ମଧ୍ୟ ହତ୍ୟା କରିଥିଲେ l ପରେ ଗାଁ ଦାଣ୍ଡରେ ଖେଳୁଥିବା 15 ବର୍ଷୀୟ ପୁଅ ଚୂଡ଼ାମଣି ଘରକୁ ଫେରି ମାଁ ଙ୍କୁ ଖୋଜିବାକୁ ଲାଗିଥିଲା ଏତିକି ବେଳେ ତାକୁ ବି ଦୌଡ଼ାଇ ଦୌଡ଼ାଇ ହତ୍ୟା କରି ଗୋଟିକ ପରେ ଗୋଟିଏ ତିନୋଟି ଶବକୁ ହତ୍ୟାକାରୀ ମାନେ ଏକ କୋଠରୀରେ ଭର୍ତ୍ତି କରି ବନ୍ଦ କରିଦେଇଥିଲେ l ଘର ଦ୍ୱାରରେ ଶିବ ଙ୍କ ସ୍ତ୍ରୀ ପାର୍ବତୀ ଗୁରୁଦେବ ଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ l ଗୁରୁଦେବ ସ୍ନାନ ସାରି ଅପରାହ୍ନ ଦେଢ଼ ଟାରେ ଘରକୁ ଆସି ପତ୍ନୀ ଶିବାଗ୍ରୀକୁ ଡାକି ଥିଲେ ହେଲେ ଅତର୍କିତ ଭାବେ ମୁଖ୍ୟ ଅଭିଯୁକ୍ତ ନକୁଳ ଗୁରୁଦେବ ଙ୍କ ମୁଣ୍ଡରେ ସେହି ଶାବଳରେ ଆକ୍ରମଣ କରିଥିଲେ l ଗୁରୁଦେବ ବାରଣ୍ଡାରେ ପଡି ଯିବା ପରେ ମରିବା ଯାଏଁ ହତ୍ୟାକାରୀ ମାନେ ବାଡେଇ ଚାଲିଥିଲେ l ଗୁରୁଦେବ ମରିଯିବା ପରେ ତାଙ୍କ ଶବ କୁ ମଧ୍ୟ ହତ୍ୟାକାରୀ ମାନେ ନେଇ ପୂର୍ବରୁ ଅନ୍ୟ ଶବ ରଖିଥିବା କୋଠରୀରେ ଭରି ବନ୍ଦ କରିଦେଇଥିଲେ l
ମଙ୍ଗଳବାର କଣ କରିବ କିଛି ଚିନ୍ତା କରି ନ ପାରି ଶେଷକୁ ପୁଅ ନକୁଳ କୁ ଛେଳି ଚରାଇବାକୁ କହି ବାହାରକୁ ପଠାଇ ଦେଇ ନିଜେ ଶିବ ବାଗ ଥାନାରେ ଆତ୍ମ ସମର୍ପଣ କରି ସବୁ ଦୋଷ ନିଜ ମୁଣ୍ଡକୁ ନେଇଥିଲା l ତେବେ ପୋଲିସ ଘଟଣାର ସବୁ ଦିଗକୁ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ l ଭଟଲି ଥାନା ଆଇଆଇସି ରଞ୍ଜିତ ନାୟକ ଅଭିଯୁକ୍ତ ଙ୍କ ବୟାନ ନେବା ପରେ ଗଣମାଧ୍ୟମ କୁ ଏକ ସୂଚନା ପ୍ରେସ ନୋଟିସ ପ୍ରଦାନ କରି କହିଛନ୍ତି ଯେ ଏ ନେଇ ଭଟଲି ଥାନା କେଶ ନମ୍ବର 118/2023 ରେ ମାମଲା ରୁଜୁ ହୋଇ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ସେମାନଙ୍କ ବିରୋଧରେ ଆଇପିସି 302, 201 ଓ 34 ଦଫା ଲାଗିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ