ଇଣ୍ଡୋନେସିଆରେ ଭୟଙ୍କର ସଡ଼କ ଦୁର୍ଘଟଣା; ୧୫ ମୃତ
ନୂଆଦିଲ୍ଲୀ: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ସନ୍ଧାନ ଏବଂ ଉଦ୍ଧାର ସଂସ୍ଥାର ମୁଖ୍ୟ ବୁଡିଓନୋ କହିଛନ୍ତି ଯେ ୩୪ ଜଣଙ୍କୁ ନେଇ ଯାଉଥିବା ବସଟି ଏକ ଟୋଲ୍ ରାସ୍ତାରେ ନିୟନ୍ତ୍ରଣ ହରାଇ ଏକ କଂକ୍ରିଟ୍ ବାରିୟରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।ସେ ଆହୁରି କହିଛନ୍ତି ଯେ ଆନ୍ତଃ-ପ୍ରାନ୍ତ ବସଟି ରାଜଧାନୀ ଜାକର୍ତ୍ତାରୁ ଦେଶର ପ୍ରାଚୀନ ରାଜକୀୟ ସହର ଯୋଗ୍ୟାକାର୍ତାକୁ ଯାତ୍ରା କରୁଥିବା ସମୟରେ ଓଲଟି ପଡ଼ିଥିଲା।

