Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟଙ୍କା ଫେରସ୍ତ ପାଇବେ ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ଵର,୨୨|୧୨: ଚିଟ୍‌ଫଣ୍ଡ୍ ରେ ନିବେଶ କରିଥିବା ସମସ୍ତ ଜମାକାରୀଙ୍କୁ ମିଳିବ ଟଙ୍କା | ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି | ଚିଟ୍‌ଫଣ୍ଡ୍ ଜମାକାରୀ ଯେତିକି ବି ଟଙ୍କା ନିବେଶ କରିଛନ୍ତି ସମସ୍ତ ଟଙ୍କା ଫେରସ୍ତ ପାଇବେ | ଦୀର୍ଘ ଦିନରୁ ରହିଥିବା ଚିନ୍ତାରୁ ଏବେ ଚିଟ୍‌ଫଣ୍ଡ୍ ଜମାକାରୀ ପାଇବେ ଆଶ୍ବସ୍ତି | ସୂଚନା ମୁତାବକ ଛୋଟ ମୋଟ ସମସ୍ତ ଚିଟ୍‌ଫଣ୍ଡ୍ ଜମାକାରୀ ତାଙ୍କର ସମସ୍ତ ଟଙ୍କା ଫେରସ୍ତ ପାଇବେ | ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି |

ସେ କହିଛନ୍ତି,”ସରକାର ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛନ୍ତି । ଲକ୍ଷ ଲକ୍ଷ ଚିଟ୍‌ଫଣ୍ଡ୍ ଜମାକାରୀ ତାଙ୍କ ଟଙ୍କା ଫେରସ୍ତ ପାଇଲେଣି । ଏବେ ସରକାର ଚିହ୍ନଟ କରି ଆଉ ୫ ଲକ୍ଷ ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରାଇବାକୁ ଚିନ୍ତା କରିଛନ୍ତି | ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ। ଯେଉଁମାନେ ଅଧିକ ପୁଞ୍ଜି ନିବେଶ କରିଥିଲେ ସେମାନେ ମଧ୍ୟ ତାଙ୍କ ସମସ୍ତ ଜମା ଟଙ୍କା ମଧ୍ୟ ଫେରସ୍ତ ପାଇବେ |

ଅନ୍ୟପଟେ ଏହି ବିଷୟରେ ସମବାୟ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, କି ବିଜେଡି ସରକାର ସମୟରେ ଚିଟ୍‌ଫଣ୍ଡ ଦୁର୍ନୀତି ହୋଇଥିଲା। ସିବିଆଇ ତଦନ୍ତ ପରେ ମଧ୍ୟ ଟଙ୍କା ଫେରାଇଲେ ନାହିଁ। କିନ୍ତୁ ଏବେର ସରକାର ଚିଟ୍‌ଫଣ୍ଡ ଟଙ୍କା ଫେରାଇବାକୁ ଚିନ୍ତା କରିଛନ୍ତି। ଚିଟ୍‌ଫଣ୍ଡ ଜମାକାରୀ ଏବେ ନିଶ୍ଚିନ୍ତ ରୁହନ୍ତୁ, ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ