ଭାରତ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ବାଂଲାଦେଶ ସେନା ! ସାମରିକ ଶକ୍ତିରେ କେତେ ସକ୍ଷମ ଅଛି?
ନୂଆଦିଲ୍ଲୀ,୨୨|୧୨: ବାଂଲାଦେଶର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି | ଭାରତ ବିରୋଧୀ ଯୁବ ନେତା ଶରିଫ ଓସମାନ ହାଦିଙ୍କ ମୃତ୍ୟୁକୁ ନେଇ ସମଗ୍ର ବାଂଲାଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି | ଆନ୍ଦୋଳନକାରୀ ମାନେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆୟୋଗକୁ ଘେରାଉ ପଥର ମାଡ଼ କରିବା ସହ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ତେବେ ଏହି ହିଂସା କୁ ନେଇ ଭାରତର ଆଭିମୁଖ୍ୟ ଜାରି ହେବା ପରେ, ବାଂଲାଦେଶ ଏହାର ସାମରିକ ଶକ୍ତିକୁ ମଜବୁତ କରିବା ପ୍ରସ୍ତୁତ ହେଉଛି । ତେବେ ଜାଣି ରଖନ୍ତୁଯେ, ବାଂଲାଦେଶ ସେନାବାହିନୀ ପାଖରେ କେଉଁ କେଉଁ ଶକ୍ତିଶାଳୀ ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ସବୁ ରହିଛି….
ଗ୍ଲୋବାଲ୍ ଫାୟାର ପାୱାର ୱେବସାଇଟର ଏକ ରିପୋର୍ଟ ମୁତାବକ, ବିଶ୍ୱର ୧୪୫ ଦେଶ ମଧ୍ୟରୁ ବାଂଲାଦେଶର ସାମରିକ ଶକ୍ତି ୩୫ ତମ ସ୍ଥାନରେ ରହିଛି। ବାଂଲାଦେଶର ଶକ୍ତି ଯୁଦ୍ଧ ବିମାନ କ୍ଷେତ୍ରରେ ୧୪୫ ଦେଶ ମଧ୍ୟରୁ ୪୩ ତମ ସ୍ଥାନରେ ଅଛି। ସେହିପରି ବାଂଲାଦେଶର ନୌବାହିନୀ ସେନାରେ ୨୧୪ ସାମରିକ ବିମାନ ସାମିଲ ରହିଛି | ଯେଉଁଥିରେ F-୭, MiG-୨୯ ଏବଂ Yak-୧୩୦ ଭଳି ୪୨ ଟି ଲଢ଼ୁଆ ବିମାନ ମଧ୍ୟ ସାମିଲ। ତାହା ସହିତ ବାଂଲାଦେଶର ୬୫ଟି ଯୁଦ୍ଧ ହେଲିକପ୍ଟର ରହିଛି।
କେବଳ ଏତିକି ନୁହେଁ ,ବାଂଲାଦେଶ ସେନା ପାଖରେ ୫୬ ଟି ସ୍ୱୟଂ-ଚାଳିତ ତୋପ, ୫୪୬ଟି ଟୋଡ ତୋପ ଏବଂ ମୋଟ ୧୧୦ଟି ରକେଟ୍ ତୋପ ରହିଛି । ବାଂଲାଦେଶ ସେନା ପାଖରେ ତୁର୍କୀ ଦ୍ୱାରା ପ୍ରସ୍ତୁତ ହୋଇଥିବା TRG-୩୦୦ ଟାଇଗର୍ ମଲ୍ଟିପଲ୍ ଲଞ୍ଚ ରକେଟ୍ ସିଷ୍ଟମ୍ (MLRS) ମଧ୍ୟ ସାମିଲ ରହିଛି। ତେବେ ପୂର୍ବରୁ ୨୦୨୧ ମସିହାରେ ବାଂଲାଦେଶ ୬୦ ମିଲିୟନ ଡଲାରରେ ଏହି ରକେଟ୍ ସିଷ୍ଟମକୁ କିଣିଥିଲା। ଏହି କ୍ଷେପଣାସ୍ତ୍ର ରକେଟ୍ ର୩ କିଲୋମିଟରରୁ ୧୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି ।
ସୂଚନା ଅନୁସାରେ, ବାଂଲାଦେଶ ପାକିସ୍ତାନର JF-୧୭ ଥଣ୍ଡର୍ ଲଢ଼ୁଆ ବିମାନ କିଣିପାରେ ବୋଲି ଅନୁମାନ କରାଯାଉଛି । କାରଣ JF-୧୭ ଥଣ୍ଡର୍ କୁ ପାକିସ୍ତାନୀ ବାୟୁସେନାର ଏକ ପ୍ରମୁଖ ସାମରିକ ଶକ୍ତି ଭାବରେ ପରିଗଣିତ କରାଯାଏ। ତେବେ ଏହା ୩୪୦୦ କିଲୋମିଟର ପର୍ଯ୍ୟନ୍ତ ଅତିକ୍ରମ କରିପାରିବ |

