ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା…
ଭୁବନେଶ୍ବର: ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
୨୩ରୁ ୨୬ ତାରିଖ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, ବଲାଙ୍ଗିର ଓ ସୋନପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଗତ ୨୪ଘଣ୍ଟାରେ ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ସାଧାରଣ ତାପମାତ୍ରା ରହିଥିଲା।ମଙ୍ଗଳବାର କୋରାପୁଟରେ ୬ଡିଗ୍ରୀ, ଫୁଲବାଣୀରେ ୮, ବୌଦ୍ଧ ଓ ନବରଙ୍ଗପୁରରେ ୯, ବଲାଙ୍ଗିର, ଅନୁଗୁଳ ଓ ଭବାନୀପାଟଣାରେ ରାତି ତାପମାତ୍ରା ୧୦ ଡିଗ୍ରୀ ଅନୁଭୂତ ହୋଇପାରେ ।
ସେହିପରି ଜି.ଉଦୟଗିରିରେ ୬.୮ ଡିଗ୍ରୀ, ଦାରିଙ୍ଗିବାଡ ୭, ସେମିଳିଗୁଡା ଓ ଫୁଲବାଣୀରେ ୮ଡିଗ୍ରୀ, ନବରଙ୍ଗପୁର ୮.୫, ବୌଦ୍ଧ ୯.୨, ଚିପିଲିମା ଓ ରାଉରକେଲାରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ଭୁବନେଶ୍ୱରରେ ୧୩.୬ ଡିଗ୍ରୀ ଏବଂ କଟକରେ ୧୨.୪ ଡିଗ୍ରୀ ତାପମାତ୍ରା ରହିଛି। କୋରାପୁଟରେ ପାରଦ ସବୁଠୁ କମ୍ ୫.୫ ଡିଗ୍ରୀ ରହିଥିଲା । ଆସନ୍ତା ୨୬ ତାରିଖ ଯାଏ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।ପଶ୍ଚିମା ଝଡ଼ର ପ୍ରସ୍ଥାନ ପରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ବୃଦ୍ଧି ସହ ଶୀତର ମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ମିଳିଛି।

