କେନ୍ଦ୍ରକୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ: ‘SEBCକୁ ଓବିସିରେ ସାମିଲ କରାଯାଉ
ଭୁବନେଶ୍ୱର,୨୩|୧୨: କେନ୍ଦ୍ରକୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ | ଓଡ଼ିଶାର ୧୦୮ଟି ‘SEBC ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ | ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ବୀରେନ୍ଦ୍ର କୁମାରଙ୍କୁ ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଯଦିଓ ଏହି ସମ୍ପ୍ରଦାୟଗୁଡ଼ିକ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ‘SEBC ତାଲିକାରେ ମାନ୍ୟତା ପାଇଛନ୍ତି କିନ୍ତୁ କେନ୍ଦ୍ରୀୟ ତାଲିକାରେ ଏମାନେ ସ୍ଥାନ ପାଇବାରୁ ବଞ୍ଚିତ ରହିଛନ୍ତି |
କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ଏମାନେ ବଞ୍ଚିତ ହେଉଛନ୍ତି | ଚାକିରି, ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ଅନ୍ୟାନ୍ୟ ଜନ କଲ୍ୟାଣକାରୀ ଯୋଜନାର ସୁବିଧା ସେମାନେ ପାଇପାରୁ ନାହାନ୍ତି । କେନ୍ଦ୍ରୀୟ ତାଲିକାରେ ଏହି ସମ୍ପ୍ରଦାୟର ଜାତି/ଉପଜାତି/ବର୍ଗର ଲୋକମାନଙ୍କୁ ସାମିଲ କରାଗଲେ ସେମାନେ ବିଭିନ୍ନ ଆର୍ଥିକ ଓ ଶିକ୍ଷାଗତ କ୍ଷେତ୍ରରେ ଉପକୃତ ହୋଇପାରିବେ।

