ଜ୍ଞାନପୀଠ ପୁରସ୍କାର ବିଜେତା ବିନୋଦ କୁମାର ଶୁକ୍ଲାଙ୍କର ଦେହାନ୍ତ
ରାୟପୁର: ବରିଷ୍ଠ ସାହିତ୍ୟିକ ଏବଂ ଜ୍ଞାନପୀଠ ପୁରସ୍କାର ବିଜେତା ବିନୋଦ କୁମାର ଶୁକ୍ଲାଙ୍କର ମଙ୍ଗଳବାର ଦିନ ପରଲୋକ ଘଟିଛି। ତାଙ୍କର ଶେଷକୃତ୍ୟ ମାରୱାଡି ଶ୍ମଶାନରେ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି।
ପ୍ରସିଦ୍ଧ ସାହିତ୍ୟିକ ବିନୋଦ କୁମାର ଶୁକ୍ଲାଙ୍କ ଶେଷକୃତ୍ୟ ସ°ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ ସମ୍ପନ୍ନ ହେଉଛି। ବୁଢା ତାଲାବସ୍ଥିତ ମାରୱାଡି ମୁକ୍ତି ଧାମରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ମୁକ୍ତି ଧାମରେ ବହୁ ସଂଖ୍ୟକ ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ବିକାଶ ଉପାଧ୍ୟାୟ ଏବଂ ବିଜେପି ବିଧାୟକ ଅନୁଜ ଶର୍ମା ମଧ୍ୟ ବିନୋଦ କୁମାର ଶୁକ୍ଲାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାୟପୁର କଲେକ୍ଟର, ରାୟପୁର ଏସଏସପି, ଜିଲ୍ଲା ପଞ୍ଚାୟତ ସିଇଓ, ଏସଡିଏମ ଏବଂ ଅନେକ ସାହିତ୍ୟିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବିନୋଦ କୁମାର ଶୁକ୍ଲାଙ୍କୁ ସମ୍ପ୍ରତି ଦେଶର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଗତ କିଛି ଦିନ ଧରି ରାୟପୁର ଏମ୍ସରେ ଚିକିତ୍ସାଧୀନ ଥିଲେ। ତେବେ ତାଙ୍କ ପରଲୋକ କେବଳ ଛତିଶଗଡ଼ରେ ନୁହେଁ ବରଂ ସାରା ଦେଶରେ ସାହିତ୍ୟ ଜଗତକୁ ଶୋକରେ ପକାଇଛି।
ବିନୋଦ କୁମାର ଶୁକ୍ଲାଙ୍କ ଲେଖା ସାଧାରଣ ଲୋକଙ୍କ ଜୀବନ, ପ୍ରକୃତି, ମାନବ ଆନ୍ତରିକ ଭାବନା ଏବଂ ସାମାଜିକ ବାସ୍ତବତାକୁ ଗଭୀରତା ସହିତ ଉପସ୍ଥାପନ କରୁଥିଲା

