Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳବୈଶାଖୀ ର ପ୍ରଭାବ ନାରାୟଣପାଟଣା ବ୍ଲକରେ ବ୍ୟାପକ କ୍ଷୟକ୍ଷତି।ଜଣେ ମୃତ

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଗତ କାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।ବ୍ୟାପକ କ୍ଷୟ କ୍ଷତି ହେବା ସହ ଜଣକର ମୃତ୍ୟୁ ହୋଇଥିବା ଜଣା ପଡିଛି।ସବୁଠୁ ଅଧିକ ଲଙ୍ଗଳବେଡା ପଞ୍ଚାୟତର କାଙ୍କଣପୁଟ ଗ୍ରାମର ପୁରା ଛାରଖାର ହୋଇଯାଇଛି । ପ୍ରାୟ ଦଶଟି ଘରର ଛାତ ଉଡି ଜାଇଛି।ଏଥିସହ ଅନ୍ୟ କେତେକ ଗ୍ରାମରେ ମଧ୍ୟ ଘରର ଆଜବେଷ୍ଟ ଗୁଡିକ ଭାଙ୍ଗି ରୁଜି ଯାଇଥିବା ଖବର ମିଳିଛି।ଏଥିରେ ପ୍ରଭାବିତ ଲୋକେ ନିରାଶ୍ରୟ ହୋଇଜାଇଛନ୍ତି।ଏଥିସହ ବର୍ଷା ପାଣି ରେ ଘରର ଖାଦ୍ୟ ପଦାର୍ଥ ସହ ଗଛିତ ରଖିଥିବା ଚାଉଳ ଓ ମାଣ୍ଡିଆ ସବୁ ଭିଜି ଯାଇ ନଷ୍ଟ ହୋଇଯାଇଥିବା ସୁଚନା ମିଳିଛି।ଅନ୍ଧାର ହୋଇଜାଇଥିବା ସହ ବର୍ଷା ଲାଗି ରହିଥିବାରୁ ସେମାନଙ୍କ ପାଖେ କୌଣସି ସରକାରି ଅଧିକାରୀ ପହଁଚି ନଥିବା ଜଣା ପଡିଛି।ଆଜି ତହସିଲଦାର ଓ ରାଜସ୍ବ ବିଭାଗର ଅଧିକାରୀ ମାନେ କ୍ଷତିଗ୍ରସ୍ତ ଅଞ୍ଚଳ ଯାଇ କ୍ଷୟକ୍ଷତି ର ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ଯଦୁମଣି ନାଏକ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ