Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣି ନିଲାମ ପାଇଁ ଜାନୁଆରୀ ୩ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ : ହେବ ୪୯ଟି ଖଣିର ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ

ଭୁବନେଶ୍ବର,୨୪।୧୨: ଖଣି ନିଲାମ ପାଇଁ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ | ଆସନ୍ତା ଜାନୁଆରୀ ୩ ତାରିଖ ଅପରାହ୍ନରେ ବସିବ ଏହି ବୈଠକ | ରାଜ୍ୟର ୪୯ଟି ଖଣି ନିଲାମ ପାଇଁ ୨୦୨୬ ବର୍ଷର ନିଲାମ କ୍ୟାଲେଣ୍ଡର ଚୟନର ନିଷ୍ପତ୍ତି ବୈଠକରେ କରାଯିବ। ପ୍ରସ୍ତାବିତ ଖଣି ଗୁଡ଼ିକର ଉପଯୁକ୍ତତା, ଅନୁସନ୍ଧାନର ସ୍ଥିତି, ନିଲାମ ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା ହେବ | ଓଡ଼ିଶାର ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକ ଦ୍ୱାରା ଡିଓଏମଜି, ଓଏମ୍ସି, ଜିଏସ୍ଆଇ ଏବଂ ଏମ୍ଇସିଏଲ୍ ପକ୍ଷରୁ ଅନୁସନ୍ଧାନ କରାଯାଇଥିବା ପ୍ରମୁଖ ଖଣି ବ୍ଲକ୍ ଏବଂ କ୍ରିଟିକାଲ୍ ଓ ଷ୍ଟ୍ରାଟେଜିକ୍ ଖଣି ବ୍ଲକ୍ ଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇ ସାରିଛି |

ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଓଏମ୍ସି ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶାର ଖଣି ନିର୍ଦ୍ଦେଶକ, ଓଡ଼ିଶାର ଡେପୁଟି ଡାଇରେକ୍ଟର ଜେନେରାଲ୍ ଜିଏସ୍ଟି, ଏମ୍ଇସିଏଲ୍ର ଚେୟାରମ୍ୟାନ୍-କମ୍-ମ୍ୟାନେଜିଂ ଡାଇରେକ୍ଟର ଏବଂ ଆଇବିଏମ୍ର ରିଜିଓନାଲ୍ କଣ୍ଟ୍ରୋଲର ଅଫ୍ ମାଇନ୍ସଙ୍କୁ ସମସ୍ତ ତଥ୍ୟ ସହିତ ଉପସ୍ଥିତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ