Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଣା ବକ୍ସିପଲ୍ଲୀରେ ହରିନାମ ସଂକ୍ରିତନ ଓ ମା ସୁନ୍ଦରାମ୍ମା ଯାତ୍ରା। ଯୋଗଦେଲେ ଜଙ୍ଗଲ ମନ୍ତ୍ରୀ।

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଠାରେ ୨୫ ଠାରୁ ୨୭ ତାରିଖ ପ୍ରଯ୍ୟନ୍ତ ହେବାକୁ ଥିବା ହରିନାମ ସଂକ୍ରିତନ ଏବଂ ୨୮ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମା ସୁନ୍ଦରାମ୍ମା ଯାତ୍ରା ଅବସରରେ ଆଜି ଗ୍ରାମର ବହୁ ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ଗ୍ରାମ ନିକଟରେ ଥିବା ପୋଖରୀରୁ ଜଳ ଯାତ୍ରା କରି ଅସ୍ଥାୟୀ ମଣ୍ଡପ ଠାରେ ପହଞ୍ଚି ଥିଲେ l ଏହି ଅବସରରେ ଛକ ମାନଙ୍କରେ ବିଭିନ୍ନ କୁଞ୍ଜ, ମିନବଜାର ଆଦି ହୋଇଛି l ତାହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି l ଆଜି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଏହାର ଶୁଭଆରମ୍ଭ କରିବା ସହ ମା ଙ୍କ ପାଖରେ ଦୀପ ଜାଳି ଅଞ୍ଚଳବାସୀଙ୍କ ସୁଖ, ସବୃଦ୍ଧି, ଆରୋଗ୍ୟ କାମନା କରିଥିଲେ l କମିଟି ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ଡ଼ି. ପଦ୍ମନାଭମ, ସରପଞ୍ଚ ଏ. ନାରସିମିଲୁ, ପୂର୍ବତନ ସରପଞ୍ଚ ବି. ରାଜେଶ୍ୱର ରାଓ, ବରିଷ୍ଟ ବିଜେଡ଼ି ନେତା ଏସ. ଧର୍ମରାଜ ରେଡି, ବ୍ଲକ ବିଜେଡ଼ି ମହିଳା ସଭାପତି ମେନେକା ରେଡି,ସମିତିସଭ୍ୟ ଜୟସେନ ସାହୁ, ବ୍ଲକ ସଭାପତି ଅଜିତ ଦାଶ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଡୋରା, ରାମହରୀ ପାତ୍ର, ବ୍ରହ୍ମପୁର ମେୟେର ସଂଘମିତ୍ରା ଦଳେଇ, ସୁବାଷ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l ଗହଳିକୁ ନଜରରେ ରଖି ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇଥିବା ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories