Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ସରସ୍ବତୀ ଶିଶୁ ମନ୍ଦିର ର ୨୭ ତମ ବାର୍ଷିକ ଉସ୍ଛବ ପାଳିତ

ଲକ୍ଷ୍ମୀପୁର.୧୫।୦୨ …. ଲକ୍ଷ୍ମୀପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର  ର ୨୭ ତମ ବାର୍ଷିକ ଉସ୍ଛବ ଅନୁଷ୍ଠିତ ହୋଇ ଜାଇଛି।ବିଦ୍ୟାଳୟର ସଭାପତି ଭି.ନାଗା ରାଜୁଙ୍କ ଅଧକ୍ଷତାରେ ଆୟୋଜିତ  ଉସ୍ଛବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା ଓ ମୁଖ୍ୟ ବକ୍ତା ଭାବେ ଜେ.କେ.ପୁର ଗୋପବନ୍ଧୁ ଦ୍ବିଭାଷୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।
ସରସ୍ବତୀ ଙ୍କ ଫୋଟ ଚିତ୍ର  ସମ୍ମୁଖରେ ରେ ପୁଜାର୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଂଗିତ ପରିବେଷଣ ଜରାଯିବା ପରେ
ମଞ୍ଚାସିନ ଅତିଥି ମାନଙ୍କୁ ଫୁଲ ତୋଡା ସହ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା କରାଜାଇଥିଲା।
ସମ୍ପାଦକ ଏକଲବ୍ୟ ଚୌଧରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ବାର୍ଷିକ ବିବରଣି ପାଠ କରିଥିଲେ।ଏହି ଅବସରରେ ଅନୁଷ୍ଠାନର କୋଷାଧ୍ୟକ୍ଷ୍ୟ ସ୍ବର୍ଗତ ଧନେଶ୍ୱର ରାଉତ ଙ୍କ ଉଦେଶ୍ୟ ରେ ଦୁଇ ମିନିଟ  ନିରବ ପ୍ରାଥନା କରାଯାଇଥିଲା।ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସାହୁ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଏକ ଗଳ୍ପ ମାଧ୍ୟମରେ ଉତ୍ସାହିତ କରିଥିଲେ ଓ ପିତା ମାତାଙ୍କୁ ପଞ୍ଚ ପରିବର୍ତନ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ କୁଲେସିକା ଶିଶୁ ମନ୍ଦିର ର ପାଠ ପଢ଼ାକୁ ପ୍ରଶଂସା କରିଥିବା ବେଳେ ଏହା ଓଡ଼ିଆ ଅସ୍ମିତା ର ପ୍ରତୀକ ବୋଲି କହିଥିଲେ।ସରକାରୀ ଯୋଜନା ନଥାଇ ବି ଏଇ ଅନୁଷ୍ଠାନ ଯେତିକି ଆଗେଇ ଚାଲିଛି ତାକୁ ସେ ସ୍ବାଗତ କରିବା ସହ ତାଙ୍କ ପେନସନ ରୁ ଦଶ ହଜାର ଲେଖା ଟଙ୍କା ଦେବି ବୋଲି କହି ଏକ ବର୍ଷ ର ଏକ ଲକ୍ଷ କୋଡିଏ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ବାର୍ଷିକ ଉତ୍ସବରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାରର ନାଚ ଯଥା ଓଡିଶୀ, ଦେଶଭକ୍ତି, ସମ୍ବଲପୁରୀ ,ଢେମସା, ନାଟକ ପ୍ରଦର୍ଶନ କରିଥିଲେ। ନବୋଦୟ,ସରକାରୀ ବୃତ୍ତି, ପଠାଣି ସାମନ୍ତ ମେଧା ବୃତ୍ତିରେ କୃତିତ୍ୱ ଅର୍ଜନ କରିଥିବା  ଗତ ତିନି ବର୍ଷର ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବାର୍ଷିକ ଉତ୍ସବ ପାଳନ ରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା,ମାଉସୀ, ପରିଚାଳନା ସମିତି ର ସମସ୍ତ ସଦସ୍ୟ,ଅଭିଭାବକ ଓ ଶୁଭେଚ୍ଛୁ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଉତ୍ସବ ରେ ବହୁ ସଂଖ୍ୟାରେ ଅଭିଭାବକ ମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ