ଦୁଇ ବର୍ଷ ପରେ ବିଦାୟକାଳୀନ ସମ୍ବର୍ଦ୍ଧିତ ହେଲେ ଶୁଚି ଶାର
ଅସ୍ତରଙ୍ଗ,ଶୁଚି ସାର, ଅସ୍ତରଙ୍ଗ ବ୍ଲକ ଅଧିନ ଡେରୁଣିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦବୀରୁ ଦୁଇ ବର୍ଷ ପାଖା ପାଖି ଅବସର ନେଲେଣି l ହେଲେ ଅବସର ନେବା ପୁର୍ବରୁ ଗ୍ରାମ ବାସିଙ୍କ ତରଫରୁ ଆୟୋଜିତ ହେବାକୁ ଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ନ କରିବା ପାଇଁ ଗ୍ରାମ ବାସି ଓ ଛାତ୍ର ଛାତ୍ରୀ ଙ୍କୁ ମନା କରି ଦେଇଥିଲେ l କାରଣ ଥିଲା ବିଦ୍ୟାଳୟ ରେ ଜେ ପର୍ଯ୍ୟନ୍ତ ୬ଷ୍ଟ ଓ ୭ମ ଶ୍ରେଣୀ ନ ଖୋଲିଛି ସେ ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ ହେବି ନାହିଁ l ହେଲେ ବହୁ ପରିଶ୍ରମ ଓ ନିଜର ଇଚ୍ଛା ଶକ୍ତି ବଳରେ ଡେରୁଣୀଆଁ ବିଦ୍ୟାଳୟ ରେ ଏହି ଦୁଇ ଗୋଟି ଶେଣୀ ଖୋଲିବା ପରେ ଶିକ୍ଷକ ଓ ଗ୍ରାମ ବାସି ଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇ ଥିବା ସ୍ଥଳେ , ବହୁ ଯାକ ଜାମକରେ ସୁଚିନ୍ଦ୍ର ଶାର ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ବୁଧବାର ଦିନ ଦିଆ ଯାଇଥିବା ଦେଖିବାକୁ ମିଳିଛି l
ଏଠାରେ ପ୍ରକାଶ ଯୋଗ୍ୟ ଜେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୀପ୍ତିରଞ୍ଜନ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ରେ କାକଟପୁର ବ୍ଲକ ବି ଡି ଓ ତଥା ବିଦ୍ୟାଳୟ ର ପୁରାତନ ଛାତ୍ର ନାରାୟଣ ଦୀକ୍ଷିତି ମୁଖ୍ୟ ଅତିଥି ଥିବା ବେଳେ ମୁଖ୍ୟବକ୍ତା ଥିଲେ ଇଂ ଅରୁଣ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଥିଲେ ବାଙ୍କୀ କଲେଜ ର ପୂର୍ବତନ ଅଧ୍ୟକ୍ଷ ବେଣୁଧର ଲେଙ୍କା, କାଳନ୍ଦୀ ଛାଟୋଇ, ଶିଶୁ ଶାହିତ୍ୟିକ ପର୍ଶୁରାମ ସ୍ୱାଇଁ ଓ ଅତିରିକ୍ତ ସିକ୍ଷାଧିକାରି ମଙ୍ଗୁଳି ଚରଣ ଦାଶ ପ୍ରମୁଖ୍ l ଅତିଥି ମାନେ ଶୁଚି ଶାର ଙ୍କ, ଶିକ୍ଷାଦାନ ର ଶୈଳୀ ,ବିଦ୍ୟାଳୟ ର ପରିବେଶ ଶୋଭା ବର୍ଦ୍ଧନ,ଛାତ୍ର ଛାତ୍ରୀ ଙ୍କୁ ଆଦର କରିବା, ଆଦି ଉପରେ ଗୁଣ ଗାନ କରିବା ସହ, ତାଙ୍କର ୨୬ବର୍ଷ ଚାକେରି କାଳ ଭିତରେ ସେ କରିଯାଇ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକ ପାତ କରିଥିଲେ l ବିଶେଷ କରି ୬ଷ୍ଟ ଓ ୭ମ ଶେଣୀ ଖୋଲିଏହି ଅଞ୍ଚଳର କିପରି ଶିକ୍ଷା ର ବିକାଶ କରି ପାରିଛନ୍ତି ସେ ବିଷୟ ରେମଧ୍ୟ ସୂଚନା ମଧ୍ୟ ପ୍ରଦାନ କରିଥିଲେ l ବିଦ୍ୟାଳୟ ର ପୁରାତନ ଓ ନୂତନ ଛାତ୍ର ଛାତ୍ରୀ, ଗ୍ରାମ ବାସି ଙ୍କ ତରଫରୁ ସମ୍ବର୍ଦ୍ଧିତ କରା ଯାଇ ଥୁବା ବେଳେ, ଛାତ୍ର ଛାତ୍ରୀ ମାନେ ଶୁଚି ଶାର ଙ୍କ ବିଭିନ୍ନ ଗୁଣ ଗାନ କରିଥିଲା l ଏହି ସବୁ କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଅହଲ୍ୟା ଲେଙ୍କା ସଂଯୋଜନା କରି ଥିଲା ବେଳେ ତପନ ସେଠି ଗଙ୍ଗାଧର ବିଶ୍ୱାଳ, ପ୍ରମୋଦ ବେହେରା, ପ୍ରମୁଖ ପରି ଚାଳନା କରି ଥିଲେ ଓ ଶେଷରେ ଶୁଚି ଶାର ଙ୍କୁ ଏକ ଶୋଭାଯାତ୍ରା ରେ ତାଙ୍କ ଘର ପର୍ଯ୍ୟନ୍ତ ପାଛୋଟି ନିଆ ଯାଇ ଥିଲା l

