Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ସାଂସଦ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

ଲକ୍ଷ୍ମୀପୁର ୨୩/୧୨ ….ଲକ୍ଷ୍ମୀପୁର ବ୍ଲକ୍ ପଡିଆରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ସାଂସଦ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଛି।  ଏଥିରେ ସ୍ଥାନୀୟ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ,ଜିଲ୍ଲା ଉପ ସଭାପତି ନକୁଳ ବିଶୋଇ, ଜିଲ୍ଲା ସମ୍ପାଦକ ଅଗସ୍ତି ହାଲବା,ବ୍ଲକ ସଭାପତି ଅଜୟ ଖରା,ନିର୍ବାଚନ ମଣ୍ଡଳୀ ସଂଯୋଜକ ଉଦୟ ହିକକା, ଦେବ କୁମାର ଖରା,ଜିଲ୍ଲା ଯୁବ ମୋର୍ଚା ସଭାପତି ମନୋଜ ସାହୁ, ପରମା ଖରା ଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ। ଚାରୋଟି ଫୁଟବଲ ଟିମକୁ ନେଇଁ ଫୁଟବ  ସହିତ ଉଚ୍ଚା ଡିଆଁ,ଲମ୍ବ ଡିଆଁ,ଖକୋ ଏବଂ ଶହେ ମିଟର ଦୌଡ଼ରେ ଶହେ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ।
ସନ୍ଧ୍ୟା ବେଳେ  ରାଜ୍ୟ ସାଧାରଣ ସମ୍ପାଦିକା ପୁର୍ଣିମା ନାୟକ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ସାଙ୍ଗନା ହାଇସ୍କୁଲ ରେ ଖୋକ ଖେଳ ଆୟୋଜନ କରାଯାଇଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା ସହଯୋଗ କରିଥିଲେ।ଏହି ସାଂସଦ ଖେଳ ମହୋତ୍ସବ କୁ ବିଜେପି  ରାଜ୍ୟସଦସ୍ୟ ତୟାପୁଟ ର ପୂର୍ବତନ ସରପଞ୍ଚ ଉଦୟ ହିକକା ପରିଚାଳନା କରିଥିବା ବେଳେ ସଂଘର ସଦସ୍ୟ ମାନେ ସହଯୋଗ କରିଥିଲେ।ଏଇ ଭଳି ପ୍ରତିଯୋଗିତା ପ୍ରତ୍ୟେକ ବର୍ଷ ଅନୁଷ୍ଠିତ କରାଯିବ ବୋଲି ଶ୍ରୀଯୁକ୍ତ କୁଲେସିକା କହିଥିଲେ।ପ୍ରତିଯୋଗିତା ର ଶ୍ରେଷ୍ଠ ଖେଳାଳି ମାନେ ଗୁରୁବାର ଦିନ ଜିଲ୍ଲା ସ୍ତରରେ ଯୋଗଦେଇ ପୁରସ୍କାର ଗ୍ରହଣ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ