Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଡିଗ୍ରୀ କଲେଜରେ ଖୋଲିବ ୩ ସ୍ମାତକୋତ୍ତର ବିଭାଗ ସହ ଗୋଟିଏ ସ୍ମାତକ ପାଠ୍ୟକ୍ରମ

ଗୋପାଳପୁର : ଗୋପାଳପୁର ଠାରେ ଥିବା ଡିଗ୍ରୀ କଲେଜ ରେ ୪ଳ୩ ନୂତନ ସ୍ମାତକୋତ୍ତର ବିଭାଗ ସହ ଗୋଟିଏ ସ୍ମାତକ ପାଠ୍ୟକ୍ରମ ଖୋଲିବା ନିମନ୍ତେ ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାରେ ୨୦୨୩-୨୪ ଶିକ୍ଷା ବର୍ଷ ଠାରୁ ବିଦ୍ୟାର୍ଥୀ ମାନେ ନାମଲେଖା କରି ପାରିବେ ବୋଲି ଉଲ୍ଲେଖ ରହିଛି।୧୯୮୨ ମସିହାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ସ୍ମାତକୋତ୍ତର ବିଭାଗ ଖୋଲିବା ନିମନ୍ତେ ଗୋପାଳପୁର ମହାବିଦ୍ୟାଳୟ ପୁରାତନ ବିଦ୍ୟାର୍ଥୀ ସଂଘ ସଭାପତି ତଥା ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ସମେତ କଲେଜ କର୍ତୃପକ୍ଷ ଙ୍କ ପକ୍ଷରୁ ସରକାରଙ୍କ ଠାରେ ଦାବି ହୋଇ ଆସୁଥିଲା। ଏହାକୁ ନଜରରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୩ ସ୍ମାତକୋତ୍ତର ବିଭାଗ ବାଣିଜ୍ୟ,ଆଇ ଆର ପି ଏମ ଓ ଜୁଲୋଜି ନିମନ୍ତେ ୧୬ ଟି ସିଟ୍ ରହିଥିବା ବେଳେ ସ୍ମାତକ ବିଭାଗରେ ବି ଏସ ସି କମ୍ପ୍ୟୁଟର ସାଇନସ୍ ନିମନ୍ତେ ୩୨ ଟି ସିଟି ରେ ନାମ ଲେଖା କରାଯିବ ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ରାମ ପ୍ରସାଉ ପଣ୍ଡା ସୂଚନା ଦେଇଛନ୍ତି।ଏହା ସହ ସରକାରଙ୍କ ପକ୍ଷରୁ କଲେଜ ରେ ସ୍ମାତକୋତ୍ତର ବିଭାଗ ଖୋଲିବା ପାଇଁ ସିକୃତି ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କ ଓଏସଡି ଡ଼ ଗୋପବନ୍ଧୁ ଦାସ ପ୍ରମୁଖ ଙ୍କୁ ଧନ୍ୟବାଦ ଅର୍ପଣ କରିଥାନ୍ତି। ସ୍ମାତକୋତ୍ତର ବିଭାଗ ଖୋଲିବା ଫଳରେ ଅଞ୍ଚଳର ବିଦ୍ୟାର୍ଥୀ ମାନେ ଏଠାରେ ପାଠ ପଢ଼ିବାର ସୁଯୋଗ ପାଇ ପାରିବେ ବୋଲି ମତପୋଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories