Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଳଦିଆପଦର ଜାତୀୟ ରାଜପଥ ଅନ୍ଧାର ରେ,ଲାଇଟ ଖୁଣ୍ଟ ଥିବା ସତ୍ତ୍ବେ ଆଲୁଅ ଜଳୁନି।

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ କଡ଼ରେ ରହିଥିବା ହଳଦିଆପଦର ଅଞ୍ଚଳର ପ୍ରାୟ ଦେଢକିମି ଅଞ୍ଚଳ ସନ୍ଧ୍ୟା ପରେ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଥିବା ଯୋଗୁଁ ଛୋଟବଡ ଦୁର୍ଘଟଣା ଘଟିବା ସହ ଯାଆସ କରୁଥିବା ପଥଚାରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଗତ କିଛିବର୍ଷ ତଳୁ ଜାତୀୟ ରାଜପଥ ସମ୍ପ୍ରସାରଣ କରାଯିବା ସହ ସହର ସନ୍ନିକଟ ଓ ଜାତୀୟ ରାଜପଥ କଡ଼ରୁ ରହିଥିବା ଗ୍ରାମ ଗୁଡ଼ିକ ର ସୁବିଧା ନିମନ୍ତେ ରାସ୍ତା କଡ଼ରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଥିଲା।ଏହା ମଧ୍ୟରେ ଜାତୀୟ ରାଜପଥ ର ଅନେକ ସ୍ଥାନରେ ଲାଇଟ୍ ଜଳୁଥିବା ବେଳେ କେବଳ ହଳଦିଆପଦର ଓଭର ବ୍ରିଜ ଅଞ୍ଚଳ ସମେତ ହଳଦିଆପଦର ,ରଆଳବ ଛକ ଅଞ୍ଚଳ ଟି ସମ୍ପୂର୍ଣ ଅନ୍ଧାର ରେ ରହିଛି।ଏହା ମଧ୍ୟରେ ଚଳିତ ବର୍ଷ ହଳଦିଆପଦର ବସ ଟର୍ମିନାଲ ସମ୍ମୁଖ ରାସ୍ତାରେ ରେ ଓଭର ବ୍ରିଜ ନିର୍ମାଣ ସହ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ସେଠାରେ ଲାଇଟ ଜଳୁଥିବା ବେଳେ ଓଭର ବ୍ରିଜ ଶେଷ ମୁଣ୍ଡ ରୁ ଆଉ ଲାଇଟ୍ ଜଳୁ ନାହିଁ। ବିଶେଷ କରି ବ୍ରହ୍ମପୁର ସହରକୁ ଜାତୀୟ ରାଜପଥ ସହ ସଂଯୋଗ ନିମନ୍ତେ ହଳଦିଆପଦର ଓଭର ବ୍ରିଜ ମୁଖ୍ୟ ସଂଯୋଗ ପଥ ଅଟେ। ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରିଯାନ ସମେତ ବ୍ରହ୍ମପୁର ଯିବା ପାଇଁ ହଳଦିଆପଦର ଓଭର ବ୍ରିଜ ଯାତାୟାତ କରିଥାନ୍ତି।ଏହା ସହ ହଳଦିଆପଦର ,ରଙ୍ଗଇପଉର,କନିଷି ଅଞ୍ଚଳର ବିଦ୍ୟାର୍ଥୀ ମାନେ ସାଇକେଲ ଯୋଗେ ବ୍ରହ୍ମପୁର କୁ ସନ୍ଧ୍ୟାର ଟିୟୁସନ କରିବାକୁ ଯାଇଥାନ୍ତି। ସନ୍ଧ୍ୟା ପରେ ଉକ୍ତ ରାସ୍ତା ଅନ୍ଧାର ରହୁଥିବା ରୁ ଦୁର୍ଘଟଣା ଘଟିବା ସହ ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା ଜମିବା ଫଳରେ ସନ୍ଧ୍ୟା ପରେ ଯାତାୟାତ କରୁଥିବା ପଥଚାରୀ ସମେତ ବିଦ୍ୟାର୍ଥୀ,ଓ ଅଞ୍ଚଳ ବାସୀ ନିଜକୁ ସୁରକ୍ଷିତମଣୁ ନାହାନ୍ତି। ଏହା ନେଇ ସ୍ଥାନୀୟ ହଳଦିଆପଦର ବାସୀଙ୍କ ସମେତ ଜନପ୍ରତିନିଧି ମାନେ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ ମଧ୍ୟ ଆଜିଯାଏଁ ଏହାର ସମାଧାନ ହୋଇ ପାରିନାହିଁ ଏଣୁ ଆଗାମୀ ଦିନରେ ଏହା ନେଇ ଅନ୍ଚ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories