Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଧୂମଧାମରେ ପାଳନ ହେଲା ଖ୍ରୀଷ୍ଟମାସ..କେକ୍ କାଟି ପାଳନ କଲେ ଜନ୍ମଦିନ..

ଲକ୍ଷ୍ମୀପୁର ୨୫।୧୨ ….ଲକ୍ଷ୍ମୀପୁର ଲୁଥେରାନ ଚର୍ଚ୍ଚ ପରିସରରେ ଖ୍ରୀଷ୍ଟିୟ ଭାଇ ଭଉଣୀ ମାନଙ୍କ ଦ୍ୱାରା ଧୂମଧାମ ରେ ପାଳନ କରାଯାଇଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମଦିନ ତଥା ବଡଦିନ… ଚର୍ଚ୍ଚ କୁ ସୁନ୍ଦର ଆଲୋକ ସଜ୍ଜା ରେ ସଜିତ କରାଯାଇଥିବା ବେଳେ ଚର୍ଚ୍ଚ ରେ ଦିନତମାମ ଗହଳି ଲାଗିରହିଥିଲା। ଚର୍ଚ୍ଚ ପରିସରରେ ସମୂହ ପ୍ରାର୍ଥନା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯୀଶୁଖ୍ରୀଷ୍ଟ ଙ୍କ ଏହି ପବିତ୍ର  ଜନ୍ମଦିନ ତଥା ଖ୍ରୀଷ୍ଟମାସ ଅବସରରେ କେକ୍ କାଟି ଜନ୍ମଦିନ ପାଳନ କରାଯାଇଥିଲା… .
ଖ୍ରୀଷ୍ଟିୟ ଧର୍ମାବଲାମ୍ବି ମାନେ ବଡ ଦିନ ଉପଲକ୍ଷେ ନୂତନ ପୋଷାକ ପରିଧାନ କରି ସାମୁହିକ ପ୍ରାର୍ଥନା ସକାଶେ ଚର୍ଚ୍ଚ ରେ ପହଞ୍ଚିଥିଲେ।ଲୁଥେରାନ ଚର୍ଚ୍ଚରେ ରେବରେନ୍ ତଥା ପାଳକ ଜାକିନ ହୁଇକା ଙ୍କ ପରିଚାଳନା ରେ ଅନୁଷ୍ଟିତ ହୋଇଥିବା ବଡଦିନ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଝୀନ୍ନ ହିକକା, ବିଜେଡ଼ି ନେତ୍ରୀ କୌଶଲ୍ୟା ହିକକା, ପ୍ରାଚୀନ ଅଭିନାଶ ଚନ୍ଦ୍ର ଗରଡ଼ା, ବିବେକ ବତୀ ଖୋସଲା,ବରିଷ୍ଠ ନାଗରୀକ ରୁବେନ ସିର୍କା, ମଳୟ କିରଣ ଖୋସଲା ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।ନିମନ୍ତ୍ରୀତ ଅତିଥି ମାନେ ପ୍ରଭୁ ଯିଶୁ ଖ୍ରୀଷ୍ଟ ଙ୍କର ଜନ୍ମ ବିଷୟରେ ନିଜନିଜ ମନ୍ତବ୍ୟ ପ୍ରଦାନ କରିଥିଲେ।ଚର୍ଚ ପରିସର ରେ ନାଚଗିତ ଅନୁଷ୍ଟିତ ହେବା ପରେ କେକ୍ କଟାଯାଇ ପ୍ରଭୁ ଯିଶୁ ଙ୍କର ଜନ୍ମଦିନ ପାଳନ କରାଯାଇଥିଲା।ଏହି ବଡଦିନ ପାଳନ ପୁର୍ବରୁ ଖ୍ରୀଷ୍ଟିୟ ଧର୍ମାବଲମ୍ବି ଭାଇ ଭଉଣିଙ୍କ ଦ୍ଵାରା ସମୁହ ଶାନ୍ତି ନିମନ୍ତେ କେଣ୍ଡେଲ ଶୋଭା ଯାତ୍ରା ଲକ୍ଷ୍ମୀପୁର ରେ ଅନୁଷ୍ଠିତ ହୋଇଥିଲା।ସେହି ପରି ବ୍ଲକ୍ ସଦର ପେଣ୍ଟିକଷ୍ଟଲ ଓ ସାଙ୍ଗାନ୍ନା ହାଇସ୍କୁଲ ପାଖରେ ଥିବା ଜିଓନ ଚର୍ଚ୍ଚ ରେ ମଧ୍ୟ ବଡ଼ ଦିନ ପାଳିତ ହୋଇଥିଲା।ଉପସ୍ଥିତ ଅତିଥି ମାନେ ସମସ୍ତଙ୍କ ଉଦେଶ୍ୟରେ ଶୁଭକାମନା ପ୍ରଦାନ କରିଥିଲେ..ଘନ ମାଣ୍ଡିଙ୍ଗା ଙ୍କ ସମେତ ଯୁବ ପିଢ଼ି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ