Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯୭ ତମ ମନୁ ସ୍ମୁତି ଦହନ ଦିବସ ପାଳିତ ,ସମ୍ବିଧାନ ପ୍ରତି ସଚେତନ ହେବାକୁ ଆହ୍ବାନ

ଜମନକିରା : ୯୭ ବର୍ଷ ତଳେ ବାବା ସାହେବ୍ ଡ଼ ଭୀମରାଓ ଆମ୍ବେଦକର ବିଭିନ୍ନ କୁସଂସ୍କାରରେ ପରିପୂର୍ଣ ମନୁସ୍ମୁତି କୁ ସର୍ବ ସମ୍ମୁଖରେ ଡାହାଣ କରିଥିଲେ। ସେହି ଦିନରୁ ଆମ୍ବେଦକର ବାଦି ଗଣ ମନୁସ୍ମୂତି ଦିବସ ପ୍ରତ୍ୟେକ ବର୍ଷ ପାଳନ କରି ଆସୁଛନ୍ତି। ଏହି କ୍ରମରେ ମହାଦ ଗ୍ରାମ ପଞ୍ଚାୟତର ଅଙ୍କଡିହି ଠାରେ ଶିକ୍ଷକ ସୁରୁମଣି ସୁନାନୀଙ୍କ ସଭାପତିତ୍ବରେ ବୁଦ୍ଧ ସାମାଜିକ ଆନ୍ଦୋଳନ ପକ୍ଷରୁ ୯୭ ତମ ମନୁସ୍ମୁତି ଦିବସ ପାଳିତ ହୋଇ ଯାଇଛି। ଏଥିରେ ସମାଜସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କୁସଂସ୍କାର ଦୂର କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଡ଼ ଆମ୍ବେଦକର କରିଥିବା ବିଭିନ୍ନ ଆନ୍ଦୋଳନ ଓ ସମ୍ବିଧାନ ପ୍ରଣୟନ ସମ୍ପର୍କରେ ସୂଚନା ଦେଇଥିଲେ। ଫାସିମାଲ କନ୍ୟାଶ୍ରମର ସହକାରୀ ଶିକ୍ଷକ କେଦାର ଲୁହା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଦଳିତ ବର୍ଗ ଓ ମହିଳାଙ୍କ ସ୍ବାର୍ଥ ସଂରକ୍ଷଣ ପାଇଁ ବାବା ସାହେବ ମନୁସ୍ମୁତୀ ଦହନ କରିଥିଲେ ବୋଲି କହିଥିଲେ। ଅତିଥି ଗଣ ସମ୍ବିଧାନ ପ୍ରତି ସଚେତନ ହେବାକୁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ୱାର୍ଡ ସଭ୍ୟ ହୋମ କେଶ୍ୱରି ସୁନାନି ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ଵେଚ୍ଛାସେବୀ ସୀମା ଗର୍ଡିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହା ପରେ ଅତିଥି ଗଣ ମନୁସ୍ମୁତୀ ର ପ୍ରତିଲିପି କୁ ସର୍ବ ସମ୍ମୁଖରେ ପୁଣି ଥରେ ଦହନ କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ।ଶେଷରେ ଯୁବ ନେତା ହୋମ ଚାନ୍ଦ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦିଲ୍ଲୀପ ତାଣ୍ଡିଆ, ବିଳାସିନୀ ସୁନାନି, ଚନ୍ଦନ ନାଏକ, ଅମୂଲ୍ୟ ସୁନାନି, ଭୀଷ୍ମ ଦେବ ସୁନାନୀ, ମୌସୁମୀ ନାଏକ, ରୋହିତ ସୁନାନି ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ