Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବିଇଓ ଅଫିସ ତରଫରୁ ମାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ଵର୍ଦ୍ଧନା

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ତରଫରୁ ଚଲିତ ମ୍ୟାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପରିସରରେ ଗୋଷ୍ଠି ଶିକ୍ଷା ଅଧିକାରୀ(ବିଇଓ) ଶାନ୍ତନୁ କୁମ୍ଭକାର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ, ସୁଶିଳ ପରିଡା,ବାଞ୍ଛାନିଧି ମିଶ୍ର, ବୀରମହାରାଜପୁର ବାଳିକା ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ରାଣୀ ହୋତା, କମିରା ସ୍ଥିତ ବାପୁଜୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ବୀରମହାରାଜପୁର ବ୍ଲକର ଦୁଇ ଜଣ ପରୀକ୍ଷାର୍ଥି ଏ-୧ଗ୍ରେଡ ରେ ପାସ କରିଥିଲେ। ତେଣୁ ଉଭୟ ପରୀକ୍ଷାର୍ଥି ଙ୍କୁ ପୁଷ୍ପଗୁଚ୍ଛ ଓ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ବୀରମହାରାଜପୁର ବାଳିକା ହାଇସ୍କୁଲର ଛାତ୍ରୀ ବିଶ୍ବରୂପା ୬୦୦ ନମ୍ବର ରୁ ୫୫୫ନମ୍ବର ରଖିଥିବା ବେଳେ କମିରା ବାପୁଜୀ ହାଇସ୍କୁଲର ଅନିଲ ପଧାନ ୬୦୦ନମ୍ବର ରୁ ୫୪୦ ନମ୍ବର ରଖି ଏ-୧ଗ୍ରେଡ ରେ ସଫଳତାର ପାସ କରିଛନ୍ତି। ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ହିଲୁଙ୍ଗ କ୍ଲଷ୍ଟର ର ସିଆରସିସି ରାଜ କୁମାର ବାଦୀ ଅତିଥି ପରିଚୟ ପ୍ରଦାନ କରିଥବା ବେଳେ ବହଳପଦର କ୍ଲଷ୍ଟର ର ସିଆରସିସି ପ୍ରଦୀପ ଜଗଦଲା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଉଫୁଲା ସିଆରସିସି ମନୋଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସିଆରସିସିମାନେ ଓ ଉଭୟ କୃତି ଛାତ୍ର ଙ୍କ ବାପାମାଆ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ