ବୀରମହାରାଜାପୁରରେ ବ୍ଲକ ସ୍ତରୀୟ ବଳରାମ ମାସ ପାଳନ ପାଇଁ ପ୍ରସ୍ତୁତି; ୧୫ ପଞ୍ଚାୟତର ୧୯୨ ଟି ଗୋଷ୍ଠୀକୁ ବଳରାମ ଯୋଜନାରୁ ସହାୟତା ପ୍ରଦାନ ଲକ୍ଷ୍ୟ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ବଳରାମ ମାସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ କୃଷି ଅଧିକାରୀ ମକରଧ୍ଵଜ ପଟେଲ, ବିଟିଏମ୍ ଜିତେନ୍ଦ୍ର ମେହେର, ଏଟିଏମ୍ ମୀନକେତନ ମହାକୁର ଓ ନାରାୟଣ ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଭିନ୍ନ ବ୍ୟାଙ୍କ କର୍ମକର୍ତ୍ତା, ସେବା ସମବାୟ ସମିତିର ସମ୍ପାଦକ, ଗ୍ରାମ୍ୟ କୃଷି ସେବକ ଓ କୃଷକ ସାଥୀ ମାନେ ଅଂଶଗ୍ରହଣ କରିଥିଲେ । ଭାଗ ଏବଂ ଭୂମିହୀନ ଚାଷୀ ତଥା କାଳିଆ ଯୋଜନାର ହିତାଧିକାରୀଙ୍କୁ ବଳରାମ ଯୋଜନାରେ ସହାୟତା ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା । ବ୍ଲକର ସମସ୍ତ ୧୫ଟି ଗ୍ରାମ ପଞ୍ଚାୟତରୁ ୧୯୨ଟି ଗୋଷ୍ଠୀକୁ ବଳରାମ ଯୋଜନାରେ ସହାୟତା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି ।