INS ଭାଗଶୀରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କରୱାର ନୌସେନା ଘାଟିରେ ଭାରତୀୟ ନୌସେନାର ସ୍ୱଦେଶୀ କଲଭାରୀ-ଶ୍ରେଣୀର ବୁଡ଼ାଜାହଜ INS ଭାଗଶୀରରେ ଯାତ୍ରା କରିଛନ୍ତି। ଏହି କ୍ଷେତ୍ରର ସୁରକ୍ଷା ସମୀକ୍ଷା କରିବା ପାଇଁ ଏକ ସମୁଦ୍ର ଯାତ୍ରା ଆରମ୍ଭ କରିଥିଲେ। ରାଷ୍ଟ୍ରପତି ଗୋଆରୁ ସବମରିନରେ ଯାଇ କରୱାରରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଏବଂ ମନ୍ତ୍ରୀମାନେ ସ୍ୱାଗତ କରିଥିଲେ। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠି ମଧ୍ୟ ଉପସ୍ଥିତ ଥିଲେ।
ଏହା ରାଷ୍ଟ୍ରପତି ମୁର୍ମୁଙ୍କର କଲଭାରୀ-ଶ୍ରେଣୀ ବୁଡ଼ାଜାହଜରେ ପ୍ରଥମ ଯାତ୍ରା ଏବଂ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ଦ୍ୱିତୀୟ ବୁଡ଼ାଜାହଜ ଯାତ୍ରା। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ପୂର୍ବରୁ ୨୦୦୬ରେ ବିଶାଖାପାଟନମରୁ ନୌସେନା ବୁଡ଼ାଜାହଜରେ ଯାତ୍ରା କରିଥିଲେ।ସୂଚନାଯୋଗ୍ୟ ଯେ ଦ୍ରୌପଦୀ ମୁର୍ମୁ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଯିଏକି ବାୟୁସେନାର ଦୁଇଟି ଆଧୁନିକ ଲଢ଼ୁଆ ବିମାନ ଉଡ଼ାଣ କରିଥିଲେ। ସେ ଗତ ବର୍ଷ ଏକ ସୁଖୋଇ-30 MKI ଏବଂ ଚଳିତ ବର୍ଷ ଅକ୍ଟୋବରରେ ଏକ ରାଫେଲ ଲଢ଼ୁଆ ବିମାନ ଉଡ଼ାଣ କରି ତାଙ୍କର ସାହସିକତା ପ୍ରଦର୍ଶନ କରିଥିଲେ। ଆକାଶ ପରେ ଏବେ ସେ INS ଭାଗଶୀରରେ ଚଢ଼ି ସମୁଦ୍ରରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି।

