Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ଇସି ର ବାର୍ଷିକ ମହୋତ୍ସବ ଉଦଯାପିତ

ଗୋପାଳପୁ: ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ର ତିନିଦିନିଆ ବାର୍ଷିକ ମହୋତ୍ସବ ଉଦ୍ ଯାପିତ ହୋଇଛି।ଦ୍ୱିତୀୟ ଦିନରେ ବଲିଉଡ୍ ଗାୟକ ନକସ୍ ଅଜିଜ୍ ଛାତ୍ର ଛାତ୍ରୀ ଙ୍କୁ ଝୁମାଇ ଥିବା ବେଳେ ଶେଷ ଦିନରେ ମୂଖ୍ୟ ଆକର୍ଷଣ ଥିଲା ଡିଜେ ଆଖିଲ ତାଲରେଜା।ଉଦଯାପନୀ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବରେ ଓପିଟିସିଏଲ୍ ର ଇଡି ବିଶ୍ବରଂଜନ ମିଶ୍ର ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ରେ ବିଜୟ ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ। ଶେଷ ଦିନରେ ମହାବିଦ୍ୟାଳୟ ର ବିଭିନ୍ନ କ୍ଳବ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗଠିତ ହୋଇଥିବା ବେଳେ ବିଭିନ୍ନ କ୍ଳବ୍ ର ସଦସ୍ୟ ମାନଙ୍କୁ ପ୍ରେରଣା ଦେବା ପାଇଁ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା। ପିଲାମାନେ ଶାନ୍ତି ଶାନ୍ତି ଶୃଙ୍ଖଳା ର ସହ ତିନିଦିନ କୁ ଖୁବ୍ ସୁନ୍ଦର ଭାବରେ କାଟିଥିଲେ ଏହା ମହାବିଦ୍ୟାଳୟ ପାଇଁ ଗୌରବ ର ବିଷୟ ବୋଲି କହିଛନ୍ତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ। ମହାବିଦ୍ୟାଳୟ ର କଳାକାର ପରିବାର ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ କୁ ନେଇ ଏକ ଡ୍ରାମା ପରିବେଷଣ କରାଯାଇଥିଲା ଯାହା ଏକ ସମାଜ ଧର୍ମି ସଚେତନତା କାର୍ଯ୍ୟକ୍ରମ ବୋଲି ବହୁ ବୁଦ୍ଧିଜିବି ମତ ପ୍ରକାଶ କରିଛନ୍ତି। ସେହି ପରି ଏନ୍.ସି.ସି ପକ୍ଷରୁ ବିଭିନ୍ନ ପିରାମିଡ୍ ସହିତ ଦେଶ ପ୍ରେମ ର ଭାବନା ସୃଷ୍ଟି କରାଯାଇଥିଲା ଓ ଓଡ଼ିଶା ର ବିଭିନ୍ନ କଲେଜ୍ ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ରୋବୋଟିକ୍ସ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ଖୁବ୍ ଆନନ୍ଦଦାୟକ ଥିଲା ବୋଲି ଖୁସି ବ୍ୟକ୍ତ କରିଛନ୍ତି।ସେହିପରି କାର୍ଯ୍ୟ କ୍ରମ ଶେଷରେ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା ଓ ସମ୍ମାନ ପ୍ରଦାନ ସହ ଚତୁର୍ଥ ସ୍ତମ୍ଭ ର ଭୂମିକା ଅବର୍ଣ୍ଣନୀୟ ବୋଲି ମତ ରଖିଥିଲେ ଛାତ୍ର ପ୍ରତିନିଧି ରାହୁଲ୍ କୁମାର୍। ପରିଶେଷ ରେ ମହାବିଦ୍ୟାଳୟ ର ବାର୍ଷିକ ମହୋତ୍ସବ ସଂଯୋଜକ ବରିଷ୍ଠ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ବିଶ୍ଵାଳ ପ୍ରତ୍ୟେକଙ୍କୁ ଧନ୍ୟବଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories