Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଜଣ ମୃତ୍ୟୁ

ଜମନକିରା : ଜମନକିରା ଥାନା ସଦର ମହକୁମା ସ୍ଥିତ ଷଣ୍ଢପଥର ଛକ ଜାତୀୟ ରାଜପଥ ୫୩ ରେ ଆଜି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି। ଏକ ବାଇକ ରେ ଯାଉଥିବା ଜମନକିରା କଦଳୀମୁଣ୍ଡା ର ଶ୍ରୀନିବାସ ପଧାନ ଓରଫ ସିର୍ଣି (୪୨) ଓ ଅମିତ ପଧାନ ( ୩୩) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ମୃତ ଶ୍ରୀନିବାସ ଓ ଅମିତ କୁ ପୋଲିସ କୁଚିଣ୍ଡା ଡାକ୍ତରଖାନା କୁ ପଠେଇ ଦେଇଥିବା ଜଣାଯାଇଛି। ଏନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରିବା ସହ ଟ୍ରକ ଓ ବାଇକ୍ କୁ ଜବତ କରିଛି।
ପୋଲିସର ସୂଚନା ଅନୁଯାଇ, ଆଜି ପ୍ରାୟ ସାଢେ଼ ୬ ଟା ସମୟରେ କଦଳୀମୁଣ୍ଡା ର ଶ୍ରୀନିବାସ ଓ ଅମିତ ଏକ ବାଇକରେ ନବ ବର୍ଷ ପାଳନ କରି କୋଆଗୋଲା ପଟୁ ଜମନକିରା କୁ ଫେରୁଥିବା ବେଳେ ସଂଧ୍ୟା ପ୍ରାୟ ସାଢେ଼ ୬ଟା ସମୟରେ ଷଣ୍ଢପଥର ଛକ ଜାତୀୟ ରାଜପଥ ୫୩ ରେ ଦେବଗଡ଼ ପଟୁ ସମ୍ବଲପୁର କୁ ଯାଉଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟ ସଙ୍କଟାପନ୍ନ ଅବସ୍ଥାରେ ଅଗ୍ନିଶ୍ରମ୍ ବିଭାଗ ଅଧିକାରୀ ଏବଂ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ତେବେ ଡାକ୍ତର ଉଭୟଙ୍କ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ କୁଚିଣ୍ଡା କୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ