Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପାଲି ଧନୁଯାତ୍ରା ଗୋପପୂରରେ ଅନ୍ତଃ ଜିଲ୍ଲା କବି ସମ୍ମିଳନୀ ଓ କଳାକାର ସମାବେଶ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣପାଲି ଆଞ୍ଚଳିକ ଧନୁଯାତ୍ରା ତୃତୀୟ ଦିବସରେ ଗୋପପୁର ମଣ୍ଡପରେ ଆଜି ଶୁକ୍ରବାର ଦିନ କଳାହାଣ୍ଡି , ହୀରାକୁଦ , ଦେବଗଡ଼ , ଜମନକିରା ଓ କୁଚିଣ୍ଡା ଅଞ୍ଚଳରୁ ଅନେକ କବି ଆସି ତାଙ୍କ ସ୍ବରଚିତ କବିତା ପାଠ ଦ୍ଵାରା ନନ୍ଦ ରାଜା ଓ ସଭାସଦ ତଥା ଗୋପପୁର ବସି ଙ୍କୁ ମୁଗ୍ଧ କରି ଦେଇଛନ୍ତି।ଠିକ ସେହି ପରି ବିଭିନ୍ନ ଅଞ୍ଚଳର କଳାକାର ମାନେ ସମବେତ ହୋଇ ତାଙ୍କର ନାଚ ଗୀତ ଓ ସଂଲପା ପରିବେଷଣ କରି ଗୋପପୁର ବାସୀ ଙ୍କୁ ମନୋରଞ୍ଜନ ର ଖୋରାକ ଦେଇପରିଛନ୍ତି ।ଏହି ଉତ୍ସବରେ ଜମନକିରା ବ୍ଲକ ର ପୂର୍ବତନ ବିଡିଓ ମୂରଲୀଧର ନାଏକ ମୁଖ୍ୟଅତିଥି ଓ ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନନ୍ଦ ରାଜା ଙ୍କ ଏହି ଅଭିନବ ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହା ପରେ କବି ସୁବାସ ନାୟକ ଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠରେ ଡ଼ ଦିଲ୍ଲୀପ ପାଣି , ହୃଦାନନ୍ଦ ଶର୍ମା , ପ୍ରମୋଦ କୁମାର ନାୟକ, ମୁରଲୀ ଧର ସେଟ୍, ବନମାଳୀ ନମଦେଓ, ବସନ୍ତ ଚୌଧୁରୀ, ଧନୁର୍ଜୟ ମାଝୀ, ସୁନ୍ଦର ମଣି ପାଣିଗ୍ରାହୀ, ଅନ୍ନପୂର୍ଣ୍ଣା ମହାକୁଲ, ଶେଷଦେବ ପଟେଲ, ସୁଶିଲ କୁମାର ମହକୁଲ , ଟିକେଶ୍ୱର୍ ପଟେଲ , ସରୋଜ ମେହେର ପ୍ରମୁଖ ସ୍ବରଚିତ ଭକ୍ତି ମୂଳକ କବିତା ପାଠ କରି ଗୋପପୁର ବାସୀଙ୍କ ମନ ମୋହି ନେଇଥିଲେ । ଏହା ପରେ ନର୍ତ୍ତକୀ ଗଣ ନୃତ୍ୟଗୀତ ପରିବେଷଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ