Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଷ ପୁନେଇଁ ପରବ ରେ ଦୁଲୁକିଲା ଡୁମୁରିପଦର,ଏବେବି ଜୀବିତ ହୋଇ ରହିଛି ଶତାଧିକ ବର୍ଷ ତଳ ର ପ୍ରଥା…

ଲକ୍ଷ୍ମୀପୁର ୦୪/୦୧ .. ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଗାଁ ରେ ଶତାଧିକ ବର୍ଷ ର ପାରମ୍ପରିକ ରୀତି ନିତି ସହ ପାଳନ କରାଯାଇଛି ପୁଷ ପୁନେଇଁ ପରବ,ପ୍ରତି ବର୍ଷ ଏହି ପୁଷ ପୁନେଇଁ ପରବ ପାଳନ କରାଯାଉଥିବା ବେଳେ ପ୍ରତି ତିନି ବର୍ଷ କୁ ତଳେ ଗାଁ ରେ ବୁଲାଇ ଥାନ୍ତି ଟାଙ୍ଗିଆ ଓ ଖଣ୍ଡା, ଏଥି ସକାଶେ ଗାଁ ରେ ରହିଥିବା ସାଉଁତା ଡାଲି ହିକକା ଙ୍କ ପୂଜା ଘରେ ସ୍ୱତନ୍ତ୍ର ଭାବେ ରୀତି ନିତି ଅନୁଯାୟୀ ପୂଜା ଜରାଯାଇଥାଏ….ସପ୍ତାହେ ଧରି  ପାଳନ କରାଯାଉଥିବା ଏହି ପରବ ର ମୁଖ୍ୟ ଆକର୍ଷଣ ରହିଥାଏ ତିନିଦିନ। ପ୍ରଥମ ଦିନରେ ଆଦିବାସୀ ସାହି ମଝିରେ ସାଉଁତା ଙ୍କ ଦ୍ୱାରା ଶୁଭ ମୁହୂର୍ତ ରେ ନିଆଁ ଲଗାଯିବା ପରେ ଗାଁ ର ଆଦିବାସୀ ଯୁବକ ଯୁବତୀ ମାନେ ରାତି ତମାମ ଢେମସା ନୃତ୍ୟ ରେ ମସଗୁଲ ରହିଥାନ୍ତି…. ଦୁଇ ରାତି ମଧ୍ୟରୁ ଗୋଟାଏ  ରାତ୍ରୀ ଯୁବକ ଯୁବତୀ ଓ ଅନ୍ୟ ଗୋଟିଏ ରାତିରେ ବୟୋଜ୍ୟଷ୍ଠ  ବ୍ୟକ୍ତି ମାନେ ବାଧ୍ୟତା ଭାବେ ଉଜାଗରରେ ରୁହନ୍ତି,, ଏଥିରେ ଯଦି କେହି ଖିଲାପ କରନ୍ତି ତାହେଲେ କୁଟୁମ୍ବ ତରଫରୁ ଜରିମାନା ଆଦାୟ କରିଥାନ୍ତି, ଏହି ଦୁଇ ରାତ୍ର ରେ ଯଦି କାହାର ଘର ର କୁକୁଡ଼ା ଛେଳି କିମ୍ବା ଜମିର ଶସ୍ୟ ଆଣି ସାହି ମଝିରେ ରୋଷେଇ କରି ଖାଇ ଦିଅନ୍ତି ଓ ସମ୍ପୂକ୍ତ ପରିବାର ଯଦି ଅଭିଯୋଗ କରେ ତାହେଲେ କୁଟୁମ୍ବ ତରଫରୁ କ୍ଷତି ପୂରଣ ରାଶି ପ୍ରଦାନ କରାଯିବାର ନିୟମ ରହିଥିବା ପୂର୍ବତନ ସାଂସଦ ଝିନ ହିକକା ପ୍ରକାଶ କରିଛନ୍ତି…ପୁଷ ପରବ ର ଦ୍ୱିତୀୟ ଦିନ ରେ ଜୁଆଡ଼ି ଟଣା ସହ ଛୋଟ ଛୋଟ ଛୁଆ ମାନଙ୍କ ର ବାଉଁଶ ଡାଳ ଧରି ଗାଁ ପରିଭ୍ରମଣ  କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପାଳନ କରାଯାଇଥିଲା…ଗାଁ ର ବୁଢା ବୁଢ଼ୀ ମାନଙ୍କ କହିବା ଅନୁଯାୟୀ ଗାଁ ରେ ଜନ ବସତି ପୂର୍ବରୁ ଶତାଧିକ ବର୍ଷ ପୂର୍ବେ ଏହି ଅଞ୍ଚଳ ଘନ ଜଙ୍ଗଲ ରେ ପରିପୂର୍ଣ ଥିଲା, ସେହି ସମୟରେ ଆଦିବାସୀ ମାନେ ଟାଙ୍ଗିଆ, ଖଣ୍ଡା ଦ୍ୱାରା ଜଙ୍ଗଲ କୁ ସଫାସୁତୁରା କରି ଜନବସତି କରାଯାଇଥିଲା, ସେହିସମୟରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଖଣ୍ଡା କୁ ଆଜି ମଧ୍ୟ ସାଉଁତା ଘରେ ସାଇତି ରଖାଯାଇଛି, ଯାହାକି ପ୍ରତି ତିନି ବର୍ଷରେ ଥରେ ପୂଜା ଵିଧି କରି ଗାଁ ରେ ବୁଲା ଯାଉଥିବା କହିଛନ୍ତି….ଟାଙ୍ଗିଆ ସାହିରେ ବୁଲିବା ସମୟରେ ଫଳ ମୂଳ ଧୂପ ଦୀପ ସହ ଅଣ୍ଡା କୁକୁଡ଼ା ପ୍ରଦାନ କରି ପୂଜା କରାଯାଇଥିବା ଦେଖିବାକୁ ମିଳିଥିଲା..ଚଳିତ ବର୍ଷ କିନ୍ତୁ ଝିନ ହିକକା ଙ୍କ ନେତୃତ୍ୱ ରେ ଧୂମଧାମ ରେ ପାଳନ କରାଯାଇଛି ପୁଷ ପୁନେଇଁ ପରବ… ଦୁଇ ଦିନ ମଧ୍ୟରେ ଦିନେ କୋଟପାଡ଼ ଓ ରାୟଗଡା ର ମେଲୋଡି ସହ ଗୋଟାଏ ଦିନ  ଦେଶିଆ ନାଟ ପରିବେଷଣ ହୋଇଥିବା ବେଳେ ଗାଁ କୁ ସୁନ୍ଦର ଆଲୋକ ମାଳା ରେ ସଜ୍ଜିତ କରାଯାଇଥିଲା…ପରବ ସକାଶେ ଆଦିବାସୀ ମାନଙ୍କ ଘରେ ଘରେ କୁଣିଆ ବନ୍ଧୁ ବାନ୍ଧବ ଙ୍କ ଗହଳି ରହିଥିଲା…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ