ବାମଣ୍ଡା ଆଘରିଆ ସମାଜ କାର୍ଯ୍ୟକାରୀ କମିଟି ବୈଠକରେ ସାଂଗଠାନିକ ଦାୟିତ୍ଵ ବଣ୍ଟନ
ଜମନକିରା : ଅଖିଳ ଭାରତୀୟ ଅଘାରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟିର ସଭାପତି ଭବାନୀ ଶଙ୍କର ନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକାରୀ କମିଟି ବୈଠକରେ ୨୨ ଟି ଗୁଡ଼ି ଅଞ୍ଚଳର ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଯାଇଛି। ଝୁଲେନ ପୋଲ ନିକଟସ୍ଥ ନର୍ସିଂ କଲେଜ ସଭା ଗୃହରେ ଆୟୋଜିତ ଏହି ସଭାରେ ରାଜ୍ୟ ସ୍ତରୀୟ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇ ଆଗାମୀ ରାଜ୍ୟସ୍ତରୀୟ ସମ୍ମିଳନୀ ଓ ପ୍ରତିନିଧି ସଭାକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।ବ୍ୟାପକ ଆଲୋଚନା ପରେ ୨୨ଟି ଗୁଡ଼ି ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିଲା। ଉପଦେଷ୍ଟା ଗଙ୍ଗାଧର ନାଏକଙ୍କୁ ପାଲୁନିପଡା, କିରଣ କୁମାର ନାୟକଙ୍କୁ ଗୋବିନ୍ଦପୁର, ବିରଞ୍ଚି କୁମାର ପଟେଲଙ୍କୁ ଗୁଣ୍ଡୁରୁଚୁଆଁ, ନରେଶ ଚନ୍ଦ୍ର ପଟେଲଙ୍କୁ ଜରବଗା ଓ ତୁରେଇ, ଭିକାରୀ ଚରଣ ପଟେଲଙ୍କୁ ସାଗର, ବିହାରୀ ଲାଲ ପଟେଲଙ୍କୁ ଲାଡ଼, ନନ୍ଦଳାଲ ପଟେଲଙ୍କୁ ପରୁଆଭାଡ଼ି, ପୂର୍ଣ୍ଣଚନ୍ଦ୍ର ପଟେଲଙ୍କୁ ହାଡିପାଲି, ସରୋଜ କୁମାର ପଟେଲଙ୍କୁ ଜମନକିରା, ସତ୍ୟ ନାରାୟନ ପଟେଲଙ୍କୁ ଲମଡୁରା, ପୀତବାସ ପଟେଲଙ୍କୁ କେଶାଇ ବାହାଳ, ସୁବାସ ଚନ୍ଦ୍ର ନାୟକଙ୍କୁ କୁଚିଣ୍ଡା ଓ ମହୁଳପାଲି, ଅଶୋକ କୁମାର ପଟେଲଙ୍କୁ ଭୋଜପୂର, ବସନ୍ତ କୁମାର ଚୌଧୁରୀଙ୍କୁ ଟାଙ୍ଗରମୁଣ୍ଡା ଓ ରଜନୀ ପଟେଲଙ୍କୁ ଚିନିମହୁଲ ଗୁଡ଼ିର ପର୍ଯ୍ୟବେକ୍ଷକ ଭାବରେ ଚୟନ କରାଯାଇଥିଲା।

