Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାରସ୍ବତ ପ୍ରତିଭା ଅନ୍ୱେଷଣ ଅଭିଯାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ର ସମ୍ବାଦ ସାହିତ୍ୟ ଘର ଗୁଡ଼ିକର ମିଳିତ ପ୍ରୟାସରେ ଦୁଇ ମାସ ବ୍ୟାପୀ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆୟୋଜିତ ହେବାକୁ ଥିବା ନବ ସାରସ୍ଵତ ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ଅଭିଯାନ ବାମରା ବ୍ଲକ ଗଦପୋଷ ନିକଟ ବର୍ତ୍ତି ସାଗର ସ୍ଥିତ ପଞ୍ଚାୟତ ଜନତା ହାଇସ୍କୁଲ ପ୍ରାଙ୍ଗଣରେ ଆଜି ଉଦଘାଟିତ ହୋଇ ଯାଇଛି। ଏହି ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ସତୀଶ ମିଶ୍ରଙ୍କ ପୌରହିତ ଓ ସ୍କୁଲ ପ୍ରଧାନ ଶିକ୍ଷକ ଅମିତ୍ର କୁମାର ବିଶ୍ବାଳଙ୍କ ପରିଚାଲନାରେ ଆୟୋଜିତ ଉଦଘଟନୋତ୍ସବରେ ବିଶିଷ୍ଟ ସାହିତ୍ୟିକ ଓ ପରିବେଶବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ପୁରାତନ ସାହିତ୍ୟରେ ପକ୍ଷୀ ସମାଜର ଚିତ୍ରଣ ଉପରେ ଆଲୋଚନା କରିବା ସହ ସାହିତ୍ୟ ରଚନାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବରେ ବାମରା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଅବସର ପ୍ରାପ୍ତ ରେଞ୍ଜର ପ୍ରଶାନ୍ତ କୁମାର ଶତପଥୀ ଜାତୀୟ ପକ୍ଷୀ ଦିବସ ସମ୍ପର୍କରେ ବର୍ଣ୍ଣନା କରିବା ସହ ସାହିତ୍ୟ ଘରର ଭବିଷ୍ୟତ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ ନାଥ ନାୟକ ଓ କୁଚିଣ୍ଡା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ବସନ୍ତ କୁମାର ଚୌଧୁରୀ ପରିଚାଳନା କମିଟି ସଭ୍ୟା କଳ୍ପନା ଦେବୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସହକାରୀ ଶିକ୍ଷୟିତ୍ରୀ ଚେତନା ନାୟକ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ହିନ୍ଦୀ ଶିକ୍ଷୟିତ୍ରୀ ଶୋଭା କୁସୁମ ପ୍ରଜାପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ କବିତା ଲିଖନ, କବିତା ପଠନ ଓ ସାହିତ୍ୟ କୁଇଜରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ କବିତା ଲେଖି ପ୍ରିୟଙ୍କା ପ୍ରଧାନ ପ୍ରଥମ, ଅବନୀତ କୁମାରୀ ସାହୁ ଦ୍ବିତୀୟ ଓ ସାଗରିକ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ ଅବନୀଟ କୁମାର ସାହୁ ପ୍ରଥମ, ଓମ୍ ପାଣ୍ଡେ ଦ୍ବିତୀୟ ଓ ସାଗରିକା ମାଝୀ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ସେହିପରି କବିତା ଆବୃତିରେ ଅବନିଟ କୁମାର ସାହୁ ପ୍ରଥମ, ପ୍ରିୟଙ୍କା ପ୍ରଧାନ ଦ୍ବିତୀୟ ଓ ସୁମିତ ସା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ଏହା ପରେ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵାଳଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଶ୍ରୀ ନାୟକ କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରିଥିଲେ। ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧରେ ଥିବା କବି ପ୍ରତିଭାବାନ ସ୍ବରଚିତ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ ମିଶ୍ର, ବିଜୟ ପଣ୍ଡା, ପ୍ରଦିପ ବେହେରା, ଚକ୍ରଧର ପଟେଲ, ସୁଶିଲ ବେହେରା, ବସନ୍ତ ପିଧ, ସୁରରାଜ୍ ଗୌଡ଼, ସୁନିଲ ଲାକ୍ରା ପ୍ରମୁଖ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ