ମା” ଦୁର୍ଗା ନବ ନିର୍ମିତ ମନ୍ଦିର ର ରତ୍ନମୁଦ ପାଇଁ ପ୍ରସ୍ତୁତି ବୈଠକ
ଜମନକିରା : ଜମନକିରା ମୁଖ୍ୟ ଛକରେ ନବ ନିର୍ମିତ ହେଉଥିବା ମା” ଦୁର୍ଗାଙ୍କ ମନ୍ଦିର ର ରତ୍ନମୁଦ ( ମୁଣ୍ଡି ମାରିବା ) ମହୋତ୍ସବ ପାଇଁ ଆଜି ମଙ୍ଗଳବାର ଅପରାହ୍ନ ସାଢେ଼ ୫ଟା ସମୟରେ ଗ୍ରାମ ଉନ୍ନୟନ ସଭା ଗୃହରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ମାଣ କମିଟିର ସଭାପତି ପିଛାଲୁ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ବ୍ରାହ୍ମଣ ପଣ୍ଡିତ ଓ କମିଟିର କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଗତ ପ୍ରାୟ ୩ ବର୍ଷ ପାଖାପାଖି ଶୁଭାରମ୍ଭ ହୋଇଥିବା ଏହି ମନ୍ଦିରର ରତ୍ନମୁଦ ଉତ୍ସବ ଆସନ୍ତା ଜାନୁଆରୀ ମାସ ୨୯ ତାରିଖ ଗୁରୁବାର ଦିନ କରାଯିବ ବୋଲି ଧାର୍ଯ୍ୟ ହୋଇଛି। ଉକ୍ତ ଦିନ ପ୍ରତ୍ୟୁଷରୁ ରୀତି ନୀତି ଅନୁସାରେ ବ୍ରାହ୍ମଣ ଓ ପଣ୍ଡିତଙ୍କ ଦ୍ଵାରା ପୂଜାକାର୍ଯ୍ୟ ପ୍ରାରମ୍ଭ ହେବ। ଯୋଉ ଶ୍ରଦ୍ଧାଳୁ ମାନେ ଉକ୍ତ କାର୍ଯ୍ୟରେ ଦାନ ଧର୍ମ କରିବା ପାଇଁ ଇଛୁକ ହେବେ, ସେମାନେ କମିଟିର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି ରତ୍ନମୁଦ ମୁଣ୍ଡି ମାରିବା କାର୍ଯ୍ୟରେ ସହଯୋଗ କରିବା ପାଇଁ କମିଟି ପକ୍ଷରୁ ଆହ୍ବାନ ପ୍ରସ୍ତାବ କରାଯାଇଛି। ପ୍ରସ୍ତୁତି ବୈଠକ ରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନାରେ ପଣ୍ଡିତ ଅଶୋକ କୁମାର ପାଣିଗ୍ରାହୀ, ପ୍ରଶାନ୍ତ ପଣ୍ଡା ଉପସ୍ଥିତ ଥିବା ବେଳେ କମିଟିର ସମ୍ପାଦକ ହେମନ୍ତ ମହାକୁଲ, ଆଦି ପ୍ରସାଦ ମହାକୁଲ, ରବୀନ୍ଦ୍ର ପ୍ରସାଦ ଦାନୀ, ଅନୁପ କୁମାର ବହିଦାର, ସୁବାସ ସାହୁ, ସ୍ନେହାହିସ ପଟ୍ଟନାୟକ, ସଞ୍ଜୟ ସେଠ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

