Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ପ୍ରତିଷ୍ଠା ଦିବସ…

ଲକ୍ଷ୍ମୀପୁର ୦୭/୦୧ …ଲକ୍ଷ୍ମୀପୁର ବ୍ଲକ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରାଥମିକ ଶିକ୍ଷକ ସଂଘର ୮୧ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ସଙ୍ଘ ସଭାପତି ଦୟା ନିଧି ଗରଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ଗରଡ଼ା ଯୋଗ ଦେଇ ସଂଘୀୟ ପତାକା ଉତ୍ତୋଳନ କରିଥିଲେ।
୧୯୪୭ ମସିହା ଜାନୁଆରୀ ସାତ ତାରିଖ ଦିନ ଡ.ହରେ କୃଷ୍ଣ ମହତାବ ଙ୍କ ପ୍ରଚେଷ୍ଟା ଫଳରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ଗଠନ ହୋଇଥିଲା। ସେହି ସମୟରେ ଏହାକୁ ସରକାର ଙ୍କ ତରଫରୁ ସ୍ୱୀକୃତି ମଧ୍ୟ ମିଳିଥିଲା। ଫଳରେ ସେହି ଦିନ ଠାରୁ ଶିକ୍ଷକ ସଙ୍ଘ ଏହାର ପ୍ରତ୍ୟେକ ନିୟମ ଅନୁଯାୟୀ ଆଜିର ଦିନକୁ ସଂଘର ପ୍ରତିଷ୍ଠା ଦିବସ ରୂପେ ପାଳନ କରି ଆସୁଛି। କାର୍ଯ୍ୟକ୍ରମ ରେ ସଂଘର ଉପ ସଭାନେତ୍ରୀ ସୁକାନ୍ତି ସାହୁ,ସଂଯୋଜକ ବଳରାମ କନ୍ଧପାନ,ପୂର୍ବତନ ସମ୍ପାଦକ ଅର୍ଜୁନ ହିମେରିକା,ସହ ସମ୍ପାଦକ ଲାବଣ୍ୟ ହଲବା,ଏ. ରମେଶ କୁମାର,କ୍ରିଷ୍ଣା କୁଲଦୀପ, ଉପଦେଷ୍ଟା ମନୋଜ ପରିଡ଼ା,ଲବ ଗରଡ଼ା ମହେନ୍ଦ୍ର କୁମାର ବେହେରା,ଶିକ୍ଷକ ଈଶ୍ୱର ମିଣ୍ୟାକା, ହେମନ୍ତ ମହାନନ୍ଦିଆ,ସଞ୍ଜୟ କୁମାର ଖରା ଶିକ୍ଷୟିତ୍ରୀ ଗାୟତ୍ରୀ ସାହୁ,ପୁଷ୍ପାଞ୍ଜଳି ଚୌଧୁରୀ,ଜି. ଧନଲକ୍ଷ୍ମୀ, ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ସଂଘ ସମ୍ପାଦକ ତ୍ରିନାଥ ମହାପାତ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ଭି. ଝାଡ଼େଶ୍ୱର,ବସନ୍ତ ହିଆଲ୍, ଓ ସିମାଞ୍ଚଳ ବୈପାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ